ଜାରକାରେ ନୂତନ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାକେନ୍ଦ୍ର ଉଦଘାଟିତ
ଧର୍ମଶାଳା,୫ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାଠାରେ ଏକ ନୂତନ ଭାବେ ଆରମ୍ଭ ହୋଇଥିବା ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାକେନ୍ଦ୍ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରେଭେନ୍ସା ବିଶ୍ୱବ
ଜାରକାରେ ନୂତନ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାକେନ୍ଦ୍ର  ଉଦଘାଟିତ


ଧର୍ମଶାଳା,୫ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାଠାରେ ଏକ ନୂତନ ଭାବେ ଆରମ୍ଭ ହୋଇଥିବା ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷାକେନ୍ଦ୍ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରତିଷ୍ଠାତା ବିନୋଦ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର ପତିତପାବନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷା ପଦ୍ଧତିକୁ ଭୂୟସୀ ପ୍ରଶଂସା କରିଥିଲେ । ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆରମ୍ଭ ହିଁ ଆହ୍ୱାନ । ମଣିଷ ତିଆରି କାରଖାନାର ସ୍ୱପ୍ନ ଦେଖିବା ଅର୍ଥ ଗୋଟେ ଆହ୍ୱାନକୁ ଗ୍ରହଣ କରିବା ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆସିଷ୍ଟାଂଟ ପ୍ରଫେସର ସୁଦୀପ୍ତ କୁମାର ନାୟକ, ସାମ୍ବାଦିକ ମାନସ ରଞ୍ଜନ ଜେନା ଓ ବିନୋଦ ବିହାରୀ ସାହୁ ପ୍ରମୁଖ ଯୋଗଦେଇ ସ୍କୁଲର ଶିକ୍ଷା ପଦ୍ଧତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଚନ୍ଦନ କୁମାର ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର କୁନିକୁନି ପିଲାମାନେ ଶ୍ଳୋକ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ପ୍ରଣତୀ ସାହୁ, ବିଶ୍ୱରୂପା ସ୍ୱାଇଁ ଓ ସତ୍ୟଭାମା ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟ ନିର୍ଦ୍ଦେଶିକା ସୁଚିସ୍ମିତା ମିଶ୍ର ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande