ନୂଆଦିଲ୍ଲୀ, 5 ଜୁନ୍ (ହି.ସ.)
-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଦିଲ୍ଲୀ ସରକାରଙ୍କ ପଦକ୍ଷେପ ଅନୁସାରେ ଦୁଇଶହ
ଦେବୀଯୋଜନା ଅନ୍ତର୍ଗତ
ଇଲେକ୍ଟ୍ରିକ୍ ବସଗୁଡ଼ିକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପର ଉଦ୍ଦେଶ୍ୟ
ହେଉଛି ସ୍ଥାୟୀ ଉନ୍ନତି ଏବଂ ସ୍ୱଚ୍ଛ ସହର ଯାତାୟାତକୁ ପ୍ରୋତ୍ସାହନ ଦେବା। ଏହା ସହିତ ସହର ଜନତାଙ୍କର
'ଜୀବନର ସୁଗମତା' ରେ ମଧ୍ୟ ସୁଧାର ହେବ। ଏହି ଅବସରରେ କେନ୍ଦ୍ରୀୟ ପରିବେଶ,
ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର
ଯାଦବ, ଦିଲ୍ଲୀର ଉପରାଜ୍ୟପାଳ ବିନୟ
କୁମାର ସକ୍ସେନା, ମୁଖ୍ୟମନ୍ତ୍ରୀ
ରେଖା ଗୁପ୍ତା ଏବଂ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା ଉପସ୍ଥିତ ଥିଲେ।
କେନ୍ଦ୍ରୀୟ ପରିବେଶ ମନ୍ତ୍ରୀ
ଭୂପେନ୍ଦ୍ର ଯାଦବ ଏକ ଏକ୍ସପୋଷ୍ଟରେ କହିଛନ୍ତି ଯେ, ଆଜି ପ୍ରଧାନମନ୍ତ୍ରୀ ଦିଲ୍ଲୀ ସରକାରଙ୍କ ସ୍ଥାୟୀ ପରିବହନ ପଦକ୍ଷେପ ଅନ୍ତର୍ଗତ 200ଟି
ଇଲେକ୍ଟ୍ରିକ୍ ବସକୁ ବି ସବୁଜ ପତାକା ଦେଖାଇଛନ୍ତି । ସେ କହିଛନ୍ତି ଯେ,
ଏହି ପଦକ୍ଷେପ ସ୍ୱଚ୍ଛ ସହର ଗତିଶୀଳତାକୁ ପ୍ରୋତ୍ସାହନ
ଦିଏ ଏବଂ ଏହା ସ୍ଥାୟୀ ଉନ୍ନତି ପାଇଁ ଭାରତର ସାମୂହିକ ଦାୟିତ୍ୱର ପ୍ରତୀକ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା