ଘରୋଇ ହସ୍ପିଟାଲର ପରିଚାଳକଙ୍କୁ ଡାକ୍ତରଙ୍କ ମରଣାତ୍ମକ ଆକ୍ରମଣ : ଥାନାରେ ଏତଲା
ଧର୍ମଶାଳା, ୫ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥ କଡ ନେଉଳପୁର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲର ପରିଚାଳକଙ୍କୁ ସ୍ଥାନୀୟ ଅଂଚଳର ଜଣେ ଡାକ୍ତର ମାଡ ମାରି ଗୁରୁତର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ
ଘରୋଇ ହସ୍ପିଟାଲର ପରିଚାଳକଙ୍କୁ ଡାକ୍ତରଙ୍କ ମରଣାତ୍ମକ ଆକ୍ରମଣ : ଥାନାରେ ଏତଲା


ଧର୍ମଶାଳା, ୫ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥ କଡ ନେଉଳପୁର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲର ପରିଚାଳକଙ୍କୁ ସ୍ଥାନୀୟ ଅଂଚଳର ଜଣେ ଡାକ୍ତର ମାଡ ମାରି ଗୁରୁତର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସୂଚନା ମୁତାବକ କୁଆଖିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଭାବେ କାମ କରୁଥିବା ଧର୍ମଶାଳା ଥାନା ସାରୋଇ ଗ୍ରାମର ଡାକ୍ତର ସତ୍ୟବ୍ରତ ଜେନା ଗତ କାଲି ସନ୍ଧ୍ୟାରେ ନେଉଳପୁର ନିକଟରେ ଥିବା ଘରୋଇ ହସପିଟାଲର ପରିଚାଳକ ତପନ ବେଉରିଆଙ୍କୁ ଫୋନ କରି କାହିଁକି ଲୋକଙ୍କୁ ମୋ ସମ୍ପର୍କରେ ଭୁଲ ତଥ୍ୟ ଦେଉଛ ବୋଲି ପଚାରିଥିଲେ । ଏହା ପରେ ରାତି ପ୍ରାୟ ୯ଟା ବେଳକୁ ଡାକ୍ତର ଶ୍ରୀ ଜେନା ସାଙ୍ଗରେ ଦୁଇ ତିନି ଜଣଙ୍କୁ ଧରି ନେଉଳପୁରସ୍ଥିତ ହସ୍ପିଟାଲର ପରିଚାଳକଙ୍କୁ ଫୋନ କରି ବାହାରକୁ ଆସିବା ପାଇଁ କହିଥିଲେ । ଫୋନ ପାଇ ପରିଚାଳକ ଶ୍ରୀ ବେଉରିଆ ବାହାରକୁ ଆସିବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ପରେ ଡାକ୍ତର ଶ୍ରୀ ଜେନା ଏଥିରେ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ପରିଚାଳକ ଶ୍ରୀ ବେଉରିଆଙ୍କ ହାତ ଭାଙ୍ଗିଯିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ହସ୍ପିଟାଲର ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଏନେଇ ଶ୍ରୀ ବେଉରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଧର୍ମଶାଳା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ମାଝି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande