ବେଙ୍ଗାଲୁରୁ, 5 ଜୁନ୍ (ହି.ସ.)-ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) 2025ର ଟାଇଟେଲ ଜିତିଥିବା ରୟାଲ୍
ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଟିମ୍ର ସ୍ୱାଗତ ସମାରୋହ ପୂର୍ବରୁ ଏକ ବଡ଼ ଦୁର୍ଘଟଣା
ଘଟିଛି । ବୁଧବାର ଏମ୍. ଚିନ୍ନାସ୍ୱାମି ଷ୍ଟାଡିୟମ୍ ବାହାରେ ପ୍ରବଳ ଭିଡ଼ ଯୋଗୁ ସୃଷ୍ଟି
ହୋଇଥିବା ଦଳାଚକଟାରେ 11 ଜଣ ମୃତ୍ୟୁବରଣ କରିଛନ୍ତି ଓ 33 ଜଣ ଆହତ ହୋଇଛନ୍ତି।
ଘଟଣା ପରେ ଆରସିବି ଫ୍ରାଞ୍ଚାଇଜି
ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି । ବିବୃତିରେ କୁହାଯାଇଛି,
ଆରସିବି ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ
କରୁଛି ଏବଂ ପ୍ରଭାବିତ ପରିବାରମାନଙ୍କ ପ୍ରତି ଆମର ସମବେଦନା ଜଣାଉଛି। ମିଡିଆ ରିପୋର୍ଟ୍ସ
ମାଧ୍ୟମରେ ଯେଉଁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ସେଗୁଡିକୁ ଦେଖି ଆମେ ଅତ୍ୟନ୍ତ ବ୍ୟଥିତ। ଆମେ ସମସ୍ତଙ୍କର ସୁରକ୍ଷା ଏବଂ ଭଲକୁ ସବୁଠାରୁ
ଅଧିକ ଗୁରୁତ୍ୱ ଦେଉଛୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା