ବିଜେ ଡୋରି ପାଇଁ ଆସିଲା ବାସୁଙ୍ଗା ପାଟ
ପୁରୀ, ୫ ଜୁନ୍ (ହି.ସ.)- ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବ୍ଯବହାର ପାଇଁ ବିଜେ ଡୋରି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି । ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ ହୁଏ ଓ କଇଁଥ ଅଠା ଦିଆଯାଏ । ୧୯୮୧ ମସିହାରୁ ସେରିଫେଡ ଶ୍ରୀମନ୍ଦିରକୁ ନିରନ୍ତର ଭାବେ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଭୁବନେଶ୍ବର
ବିଜେ ଡୋରି ପାଇଁ ଆସିଲା ବାସୁଙ୍ଗା ପାଟ


ପୁରୀ, ୫ ଜୁନ୍ (ହି.ସ.)- ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ବ୍ଯବହାର ପାଇଁ ବିଜେ ଡୋରି ଶ୍ରୀମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି । ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ ହୁଏ ଓ କଇଁଥ ଅଠା ଦିଆଯାଏ । ୧୯୮୧ ମସିହାରୁ ସେରିଫେଡ ଶ୍ରୀମନ୍ଦିରକୁ ନିରନ୍ତର ଭାବେ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଭୁବନେଶ୍ବର ଶହୀଦ ନଗରରେ ଥିବା ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ) ରୁ ୩୫୦ କେଜି ବାସୁଙ୍ଗା ପାଟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତକା ହଲାଇ ପୁରୀ ଅଭିମୁଖେ ପ୍ରେରଣ କରିଥିଲେ । ବାସୁଙ୍ଗା ପାଟ ପବିତ୍ର ଓ ଶକ୍ତିଶାଳି ରେଶମ ଡୋର । ଶ୍ରୀଜୀଉଙ୍କ ରଥଯାତ୍ରା ଓ ଶ୍ରୀମନ୍ଦିର ଭିତର ପର୍ବପର୍ବାଣୀରେ ରେଶମ ଡୋର ବ୍ଯବହୃତ ହୋଇଥାଏ । ବିଜେ ଡୋରି, ପଇତା ଓ ରାଖୀ ଏଥିରେ ନିର୍ମିତ ହୁଏ । ଗଜପତି ଜିଲ୍ଲାର ମୋହନା ଓ ଆର ଉଦୟଗିରି ବ୍ଲକର ଜନଜାତି ମାନେ ଏହି ରେଶମ ଚାଷୀଙ୍କ ଦ୍ବାରା ଉତ୍ପାଦିତ ହୋଇଥାଏ । କୋରାପୁଟ ଜିଲ୍ଲାର କଇଁଥ ଫଳର ଅଠାରେ ରଙ୍ଗାୟିତ ହୋଇଥାଏ । ଏହି କୋଷା ଗୁଡିକ ସେରିଫେଡ ଦ୍ବାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ ସିଲକ ପ୍ରଡକ୍ସନ ଆଣ୍ଡ ଟେକନିକାଲ ଅଫ ଗ୍ରେଡ଼େସନ ସେଣ୍ଟର ଠାରେ ପ୍ରକ୍ରିୟାକରଣ କରାଯାଇଛି । ବାସୁଙ୍ଗା ଡୋରି ପ୍ରସ୍ତୁତ ହୋଇ ପୁରୀ ଆସିଛି ।

ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ, ଯୁଗ୍ମ ଶାସନ ସଚିବ ମଧୁମିତା ରଥ, ସେରିଫେଡ ଅଧ୍ୟକ୍ଷ ଭାଗିରଥୀ ନନ୍ଦ ଓ ଏମଡି ବିକ୍ରମାଦିତ୍ୟ ବାରିକ ଭୁବନେଶ୍ବର- ପୁରୀ ଆସୁଥିବା ଗାଡି ନିକଟରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande