ବାଲି ବୋଝେଇ ହାଇୱା ଜବତ, ଚାଳକ ଅଦାଲତ ଚାଲାଣ
କୋରେଇ, ୫ ଜୁନ୍ (ହି.ସ.)- ପାଲିକୋଇଲି ପୁଲିସ ଓ ଖଣି ବିଭାଗ ଚଢଉ ସମୟରେ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିବା ସହ ଚାଳକକୁ ଆଜି ଅଦାଲତ ଚାଲାଣ କରାଯାଇଛି । ପ୍ରକାଶଯେ, ଖଣି ଓ ପୁଲିସ ବିଭାଗ ମିଳିତ ଚଢଉ ସମୟରେ ଜାତୀୟ ରାଜପଥ ୧୬ରେ ଏକ ବାଲି ବୋଝେଇ ହାଇୱାକୁ ଧରିଥିଲେ । ଯାଂଚ ସମୟରେ ବାଲିର କୌଣସି
ବାଲି ବୋଝେଇ ହାଇୱା ଜବତ, ଚାଳକ ଅଦାଲତ ଚାଲାଣ


କୋରେଇ, ୫ ଜୁନ୍ (ହି.ସ.)- ପାଲିକୋଇଲି ପୁଲିସ ଓ ଖଣି ବିଭାଗ ଚଢଉ ସମୟରେ ଏକ ଚୋରା ବାଲି ବୋଝେଇ ହାଇୱା ଜବତ କରିବା ସହ ଚାଳକକୁ ଆଜି ଅଦାଲତ ଚାଲାଣ କରାଯାଇଛି । ପ୍ରକାଶଯେ, ଖଣି ଓ ପୁଲିସ ବିଭାଗ ମିଳିତ ଚଢଉ ସମୟରେ ଜାତୀୟ ରାଜପଥ ୧୬ରେ ଏକ ବାଲି ବୋଝେଇ ହାଇୱାକୁ ଧରିଥିଲେ । ଯାଂଚ ସମୟରେ ବାଲିର କୌଣସି ଟିପି ନଥିବାରୁ ଏହା ବେଆଇନ ଚାଲାଣ ବୋଲି ଜଣାପଡିଥିଲା । ଫଳରେ ବାଲି ହାଇୱା ଓଆର ୨୨ଜେ ୮୮୩୩)କୁ ପୁଲିସ ଜବତ କରିଥିଲା । ଏହାର ଚାଳକ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲିଗାଁ ଲକ୍ଷ୍ମୀଧର ଦାସ(୨୪)କୁ ପୁଲିସ ଆଜି ଗିରଫ କରି ଅଦାଲତ ଚାଲାଣ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande