ରାଜ୍ୟସ୍ତରୀୟ ମଡେ଼ଲ ପ୍ରଦର୍ଶନୀରେ ବଲାଙ୍ଗୀରର ସ୍ବପ୍ନେନ୍ଦୁ ପାଢ଼ୀ
ବଲାଙ୍ଗିର, 5 ଜୁନ୍ (ହି.ସ.)ରାଜ୍ୟ ମଡେ଼ଲ ପ୍ରଦର୍ଶନୀ ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ଵରୁପ ପାଢ଼ୀ ମଡେ଼ଲ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବ
ରାଜ୍ୟସ୍ତରୀୟ ମଡେ଼ଲ ପ୍ରଦର୍ଶନୀରେ ବଲାଙ୍ଗୀରର ସ୍ବପ୍ନେନ୍ଦୁ ପାଢ଼ୀ


ବଲାଙ୍ଗିର, 5 ଜୁନ୍ (ହି.ସ.)ରାଜ୍ୟ ମଡେ଼ଲ ପ୍ରଦର୍ଶନୀ ରେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ଵରୁପ ପାଢ଼ୀ ମଡେ଼ଲ ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ପରିସରରେ ଥିବା କୃଷି ଶିକ୍ଷା ସଦନ, ଶିରିପୁରଠାରେ ଜୁନ୍ ୫ ତାରିଖ, ୨୦୨୫ (ଗୁରୁବାର) ସକାଳ ୯ଟାରେ ରାଜ୍ୟ ସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ପ୍ରଦର୍ଶନୀରେ ଇକୋ କ୍ଲବ ମାଷ୍ଟର ଟ୍ରେନର ଦିଲ୍ଲୀପ କୁମାର ଧଳ ମାର୍ଗଦର୍ଶନରେ ପ୍ରସ୍ତୁତ ପ୍ରକଳ୍ପ ଦେଶୀୟ ଜ୍ଞାନ କୌଶଳର ପୁନଃରୁଦ୍ଧାର ହିଁ ପ୍ଲାଷ୍ଟିକ ଉତ୍ପାଦର ସଫଳ ବିକଳ୍ପ ବଲାଙ୍ଗିର ଜିଲ୍ଲାରୁ ମନୋନୀତ ହୋଇ ଓଡିଶା ଆଦର୍ଶ ବିଦ୍ୟାଳୟ , ଡୁଡୁକାରେ ଅଧ୍ୟୟନରତ ଛାତ୍ର ସ୍ୱପ୍ନେନ୍ଦୁ ପାଢ଼ୀ ଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ମୁଖ୍ୟମନ୍ତ୍ରୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରୀଯୁକ୍ତ ଗଣେଶ ରାମ ସିଂଖୁଣ୍ଟିଆ ପ୍ରକଳ୍ପ ପ୍ରସ୍ତୁତକାରୀଙ୍କ ସହ ଭାବ ବିନିମୟ କରିଥିଲେ l ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ, ଜଙ୍ଗଳ ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ,ସି.ଇ.ଏସ. ନିର୍ଦ୍ଦେଶକ ଡକ୍ଟର ମୁର୍ଗାସେନ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ, ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ, ପ୍ରୋଜେକ୍ଟ ଅଫିସର ପ୍ରଶାନ୍ତ ନାୟକ ତଥା ନିଷ୍ଠାପର କର୍ମଚାରୀ ଭରତ ଜେନାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ସମଗ୍ର କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା, ଓଡିଶା ଆଦର୍ଶ ବିଦ୍ୟାଳୟ , ଡୁଡୁକା ର ଅଧ୍ୟକ୍ଷ ପ୍ରବୀଣ କୁମାର ସାହୁ ଉଭୟ ଶିକ୍ଷକ ଓ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande