ଭୁବନେଶ୍ୱର, 5 ଜୁନ୍ (ହି.ସ.)
- ଶିକ୍ଷକ ବଦଳି
ଚାପରେ ବିଧାୟକ | ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀ ଙ୍କୁ ବିଜେଡି ବିଧାୟକ ଗଣେଶ୍ୱର
ବେହେରା ଚିଠି ଲେଖିଛନ୍ତି | ଚିଠି ଲେଖି ବିଧାୟକ କହିଛନ୍ତି ଗତ ଗତ 3 ତାରିଖ ସୁଦ୍ଧା 81 ଟି ବଦଳି ପାଇଁ ଅନୁରୋଧ ଆସିଲାଣି | ସମ୍ପର୍କୀୟଙ୍କ
ଜରିଆରେ ଚାପ ପକାଉଥିବା ବେଳେ ବଦଳି ନ କଲେ ଭୋଟରେ ଉଚିତ୍ ଜବାବ ଦିଆଯିବ ବୋଲି ପରୋକ୍ଷରେ ଧମକ
ଦେଉଛନ୍ତି। ୭୦ପ୍ରତିଶତଙ୍କ ଅନୁରୋଧ ଯୁକ୍ତିଯୁକ୍ତ। କିନ୍ତୁ କେବଳ 15 ଜଣଙ୍କୁ ବଦଳି ପାଇଁ କ୍ଷମତା ପ୍ରତ୍ୟାହାରକୁ ଅନୁରୋଧ କରିଛନ୍ତି
ଗଣେଶ୍ୱର ବେହେରା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା