ଶିମଳା, 6 ଜୁନ (ହି.ସ)-େଶର ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶୁକ୍ରବାର
ଦୁଇ ଦିନିଆ ଗ୍ରସ୍ତରେ ହିମାଚଳ ଆସୁଛନ୍ତି।ଏହି ସମୟରେ ସେ ଶିମଳା ଏବଂ ସୋଲନରେ
ରହିବେ।ସୁଚନାନୁସାରେ ଉପରାଷ୍ଟ୍ରପତି ଚଣ୍ଡୀଗଢରୁ ବିମାନ ଯୋଗେ ଶିମଳା ଅନାଡେଲ ହେଲିପ୍ୟାଡରେ
ଅବତରଣ କରିବେ,ଯେଉଁଠାରେ ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳ ଏବଂ ମୁଖ୍ୟମନ୍ତ୍ରୀ ସୁଖବିନ୍ଦ୍ର ସିଂହ
ସୁକ୍ଖୁ କ୍ୟାବିନେଟ ସଦସ୍ୟଙ୍କ ସହିତ ତାଙ୍କୁ ସ୍ୱାଗତ କରିବେ।ଏହାପରେ ଉପରାଷ୍ଟ୍ରପତି ସିଧା
ରାଜଭବନ ଯିବେ,ଯେଉଁଠାରେ ସେ ରାତ୍ରି ବିଶ୍ରାମ କରିବେ।ଉପରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ
ଜିଲ୍ଲା ପ୍ରଶାସନ ଏବଂ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି।ଶିମଳା ସହରରେ ପ୍ରାୟ 300 ପୋଲିସ
ଯିବାନ ନିୟୋଜିତ କରାଯାଇଛି।ଅନାଡେଲରୁ ନେଇ ରାଜଭବନ ମାର୍ଗ ପର୍ଯ୍ୟନ୍ତ ପାର୍କିଂ ହୋଇଥିବା
ଯାନବାହନଗୁଡିକୁ ହଟାଇ ଦିଆଯାଇଛି ଏବଂ ସମସ୍ତ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ପୋଲିସ ଫୋର୍ସକୁ
ସକ୍ରିୟ କରାଯାଇଛି।ଏହା ସହିତ ଆଇବୀ ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡିକୁ ମଧ୍ୟ ସତର୍କ
କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା