ଭୁବନେଶ୍ୱର, 6 ଜୁନ୍ (ହି.ସ.)- ରାଜସ୍ବ
ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୋଟିଆ ପାଇଁ ଗଠନ ହୋଇଥିବା କମିଟିର ବୈଠକ ବସିଛି । ବିକଶିତ କୋଟିଆ
ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ
ବୈଠକ ବସିଛି । କୋଟିଆ ପାଇଁ ଗଠନ ହୋଇଥିବା ନୂତନ କମିଟିର ଏହା ପ୍ରଥମ ବୈଠକ । ଲୋକସେବା ଭବନରେ ବସିଛି ବୈଠକ । କୋଟିଆ ସୀମା ବିବାଦ ପାଇଁ ସରକାର ଗଠନ କରିଥିବା 16
ଜଣିଆ କମିଟି. ବୈଠକରେ କମିଟିରେ ଥିବା ବିଭିନ୍ନ ବିଭାଗର ସଚିବ ଏବଂ ବିଧାୟକ ରଘୁରାମ ମାଛ
ଉପସ୍ଥିତ ଅଛନ୍ତି । କୋରାପୁଟ ଜିଲ୍ଲାପାଳ ଏସପି
ମଧ୍ୟ ଭର୍ଚୁଆଲି ବୈଠକରେ ଯୋଗ ଦେଇଛନ୍ତି । କୋଟିଆ ବିବାଦର ସମାଧାନ ଏବଂ ବିକାଶକୁ ନେଇ ଆଲୋଚନା
କରାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା