ସମ୍ବଲପୁର, ୦୭ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ, ବୁର୍ଲା ଥାନା, ଅନ୍ତର୍ଗତ ପୋତାପାଲି ଗ୍ରାମରୁ ରୀତିମତ ଚାଲିଛି ବେଆଇନ ମାଟି ଖନନ। ଅବସରପ୍ରାପ୍ତ ସେନା ଅଧିକାରୀ ସରୋଜ ଦେଓ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଗତ ମେ ମାସ ୨୫ ତାରିଖ ରାତି ୩ଟାରେ କିଛି ଦୁର୍ବୃତ ଗୋଟିଏ ପୋକଲିନ, ୨ ଟି ଜେସିବି ମେସିନ ଏବଂ ୦୪ ଗୋଟି ହାଇୱା ଲଗାଇ ପୋତାପାଲିରୁ ବେଆଇନ ଭାବରେ ମାଟି ଚୋରି କରୁଥିଲେ। ଶ୍ରୀ ଦେଓ ଏଥିରେ ଆପତି କରିବାରୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସଙ୍ଗେ ସଙ୍ଗେ ହତ୍ୟା କରିବାର ଧମକ ଦେଇଥିଲେ । ଏଭଳି ଖୋଲାଖୋଲି ଧମକ ପାଇବା ପରେ ଶ୍ରୀ ଦେଓ ବୁର୍ଲା ଥାନାକୁ ଯାଇ ଲିଖିତ ଭାବେ ଘଟଣା ସମ୍ପର୍କରେ ଅଭିଯୋଗ କରିବାକୁ ଯାଇଥିଲେ । ହେଲେ ତାଙ୍କର ଅଭିଯୋଗ ଗ୍ରହଣ କରିବା ପାଇଁ ଥାନା ଅଧିକାରୀ ସିଧାସଳଖ ମନା କରି ଦେଇଥିଲେ ବୋଲି ଆଜି ଗଣମାଧ୍ୟମ ସମ୍ମୁଖରେ ଶ୍ରୀ ଦେଓ ଅଭିଯୋଗ କରିଛନ୍ତି । କିଛି ଦୁର୍ବୃତଙ୍କ ଠାରୁ ଏଭଳି ଅଭିଯୋଗ ମିଳିବା ପରେ ତାଙ୍କ ସୁରକ୍ଷା ପୋଲିସ ପାଇଁ ପ୍ରଥମେ ଗୁରୁତ୍ୱ, ହୋଇଥିଲେ ବି ପୋଲିସ ଏହାକୁ ଅଣଦେଖା କରି ଅଭିଯୋଗ ନରଖିବାରେ ସେ ବିଶେଷ ମର୍ମାହତ ହୋଇଥିବା କହିଛନ୍ତି । ତେବେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନେବାକୁ ଗଣମାଧ୍ୟମ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ