କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଦୁରୈ ମିନାକ୍ଷୀ ଅମ୍ମନକୁ କଲେ ପ୍ରଣାମ
ମଦୁରୈ, ୮ ଜୁନ୍ (ହି.ସ.)- ରବିବାର ପ୍ରଦେଶ ଭାଜପା କାର୍ଯ୍ୟକାରିଣୀର ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ରାତିରେ ଏକ ଘରୋଇ ବିମାନରେ ମଦୁରୈରେ ପହଂଚି ଥିଲେ । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମେଂଟ ନେଇ ସୂଚନା ଦେବା, ଦଳକୁ ମଜ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଦୁରୈ ମିନାକ୍ଷୀ ଅମ୍ମନକୁ କଲେ ପ୍ରଣାମ


ମଦୁରୈ, ୮ ଜୁନ୍ (ହି.ସ.)- ରବିବାର ପ୍ରଦେଶ ଭାଜପା କାର୍ଯ୍ୟକାରିଣୀର ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବା ନିମନ୍ତେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ରାତିରେ ଏକ ଘରୋଇ ବିମାନରେ ମଦୁରୈରେ ପହଂଚି ଥିଲେ । ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ମେଂଟ ନେଇ ସୂଚନା ଦେବା, ଦଳକୁ ମଜବୁତ କରିବା ଏବଂ ନିର୍ବାଚନ ନିମନ୍ତେ ରଣନୀତି ତିଆରି କରିବାରେ ବ୍ୟସ୍ତ । ନିକଟରେ ଡିଏମକେ ମଦୁରୈରେ ଏକ ସାଧାରଣ କମିଟି ଡକାଇଥିଲା ।

ବିମାନବନ୍ଦରରେ ପହଂଚିବା ପରେ ତାଙ୍କର ସ୍ୱାଗତ ନିମନ୍ତେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଏଲ.ମୁରୁଗନ, ତାମିଲନାଡୁ ଭାଜପା ଅଧ୍ୟକ୍ଷ ନୈନାର ନାଗେନ୍ଦ୍ରନ, ତମିଲିସାଇ ସୁନ୍ଦରରାଜନଙ୍କ ସମେତ ଦଳର ଅନ୍ୟ ପଦାଧିକାରୀ ମାନେ ସେଠାରେ ଉପସ୍ଥିତ ଥିଲେ ।

ଇତିମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ମଦୁରୈ ମିନାକ୍ଷୀ ଅମ୍ମନ ମନ୍ଦିରରେ ପହଂଚି ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ଦର୍ଶନ ସମୟରେ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରସାଦ ଭେଟି ଦିଆଯାଇଥିଲା । ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୧ ଘଂଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କ ମନ୍ଦିର ପ୍ରବେଶ ଉପରେ ରୋକ୍ ଲଗାଯାଇଥିଲା । ମନ୍ଦିରର ସମସ୍ତ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା । ଏବଂ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ମୁତୟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande