ନିର୍ବାଚନ ଆୟୋଗଙ୍କ ଦ୍ୱିତୀୟ ଥର ଆହ୍ଵାନ; ଲିଖିତ ଅଭିଯୋଗ ଦିଅନ୍ତୁ, ନଚେତ୍ ଭେଟିବାକୁ ଆସନ୍ତୁ ରାହୁଲ ଗାନ୍ଧି
ନୂଆଦିଲ୍ଲୀ, ୮ ଜୁନ୍ (ହି.ସ.)- କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ପାର୍ଟିକୁ ସାର୍ବଜନିକ ମଂଚରେ ଅଭିଯୋଗ ଆଣିବା ବଦଳରେ ସିଧାସଳଖ ଆୟୋଗକୁ ରିପୋର୍ଟ କରିବାକୁ ଆହ୍ୱାନ କରିଛନ୍ତି ନିର୍ବାଚନ ଆୟୋଗ । ଆୟୋଗ କହିଛନ୍ତି ଯେ, ଅଭିଯୋଗ ଆଣିବା ସ୍ଥାନରେ ତାଙ୍କୁ ନିଜର ଅଭିଯୋଗ ଲିଖିତ ଆକାରରେ ଆୟୋଗଙ୍କୁ
ନିର୍ବାଚନ ଆୟୋଗଙ୍କ ଦ୍ୱିତୀୟ ଥର ଆହ୍ଵାନ; ଲିଖିତ ଅଭିଯୋଗ ଦିଅନ୍ତୁ, ନଚେତ୍ ଭେଟିବାକୁ ଆସନ୍ତୁ ରାହୁଲ ଗାନ୍ଧି


ନୂଆଦିଲ୍ଲୀ, ୮ ଜୁନ୍ (ହି.ସ.)- କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ତାଙ୍କ ପାର୍ଟିକୁ ସାର୍ବଜନିକ ମଂଚରେ ଅଭିଯୋଗ ଆଣିବା ବଦଳରେ ସିଧାସଳଖ ଆୟୋଗକୁ ରିପୋର୍ଟ କରିବାକୁ ଆହ୍ୱାନ କରିଛନ୍ତି ନିର୍ବାଚନ ଆୟୋଗ । ଆୟୋଗ କହିଛନ୍ତି ଯେ, ଅଭିଯୋଗ ଆଣିବା ସ୍ଥାନରେ ତାଙ୍କୁ ନିଜର ଅଭିଯୋଗ ଲିଖିତ ଆକାରରେ ଆୟୋଗଙ୍କୁ ଦେବା ଆବଶ୍ୟକ ଏବଂ ସମୟ ବାହାର କରି ଭେଟିବା ଆବଶ୍ୟକ ।

ସୂତ୍ରର କହିବା ଅନୁଯାୟୀ, ପ୍ରକ୍ରିୟା ଅନୁସାରେ ସାର୍ବଜନିକ ସୂଚନା ଏହା ଯେ, ନିର୍ବାଚନ ଆୟୋଗ ସହିତ କୌଣସି ବି ସମ୍ବିଧାନିକ ସଂସ୍ଥା, ସେତେବେଳେ ଔପଚାରିକ ରୂପେ ପ୍ରତିକ୍ରିୟା ଦେଇଥାଏ ଯେତେବେଳେ ସମ୍ବନ୍ଧିତ ବ୍ୟକ୍ତି ଲିଖିତ ରୂପେ ପତ୍ର ପଠାଇଥାଏ । ଏହା ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ ଯେ, ରାହୁଲ ଗାନ୍ଧି ଗୋଟିଏ ପଟେ ଏସବୁ ପ୍ରସଙ୍ଗକୁ ଗମ୍ଭୀର ବୋଲି କହୁଛନ୍ତି କିନ୍ତୁ, ଯେତେବେଳେ ତାଙ୍କୁ ଲିଖିତ ରୂପେ ଦେବାକୁ କୁହାଯିବାର କଥା ଆସୁଛି, ସେ ପଛକୁ ହଟି ଯାଉଛନ୍ତି । ଅନ୍ୟପକ୍ଷରେ ଯେତେବେଳେ କଂଗ୍ରେସକୁ ମଇ ୧୫ ତାରିଖରେ ଆୟୋଗଙ୍କ ସହିତ ଭେଟିବାକୁ ଆମନ୍ତ୍ରଣ କରାଯାଇଥିଲା, ସେତେବେଳେ ସେ ଆଗାମୀ ଦିନରେ ଭେଟିବାକୁ ସମୟ ମାଗିଥିଲେ ଏବଂ ପଛକୁ ହଟି ଯାଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande