ସମ୍ବଲପୁର, ୦୮ ଜୁନ୍ (ହି.ସ.) ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ନଗର ମଣ୍ଡଳ ସଭାପତି ପ୍ରାଣବନ୍ଧୁ ନାଥଙ୍କ ନେତୃତ୍ୱରେ କୁଚିଣ୍ଡା କଲେଜ ଅଡିଟୋରିଅମ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ମାନେ ରକ୍ତ ଦାତା ମାନଙ୍କ ରକ୍ତ ସଂଗ୍ରହ କରିଥିଲେ ସମୁଦାୟ ୩୮ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ରକ୍ତଦାନ ଶିବିରକୁ କୁଚିଣ୍ଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଡ଼ଃ ସୁବୋଧ ନାଏକ ଉଦଘାଟନ କରିଥିଲେ ତାଙ୍କ ସହିତ କୁଚିଣ୍ଡା ଜୋନ ୨ ଜିଲ୍ଲା ପରିଷଦ ସଦସ୍ୟ ଦିବ୍ୟରାଜ କିସାନ, ବରିଷ୍ଠ ଓକିଲ ସୈଲେନ୍ଦ୍ର ନାଏକ, ଚୈତ୍ର ମଣ୍ଡଳ ସଭାପତି ରାଜକୁମାର ରକ୍ସା, ସାଂସଦ ପ୍ରତିନିଧି ଅରୁଣ ଅଗ୍ରୱାଲ, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଶିଲ ଅଗ୍ରୱାଲ, ସରୋଜ ପଣ୍ଡା, ପୁଷ୍ପାଞ୍ଜଳି ପଟେଲ, କୁଞ୍ଜଲତା ନାଏକ, ଗାୟତ୍ରୀ ଚାଲାନ, ମାରୱାଡି ଯୁବା ମଞ୍ଚର ରାହୁଲ ଅଗ୍ରୱାଲ, ଆତିଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ