ହାଇଦ୍ରାବାଦ, ୮ ଜୁନ୍ (ହି.ସ.)- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବଂଥ ରେଡ୍ଡୀ ଆଜି ନିଜ ମନ୍ତ୍ରୀମଣ୍ଡଳକୁ ସମ୍ପ୍ରସାରଣ କରିଛନ୍ତି । ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତିନି ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ମନ୍ତ୍ରୀମଣ୍ଡଳରେ ୬ ପଦ ଖାଲି ପଡିଛି, କିନ୍ତୁ ବର୍ତମାନ ତିନି ଜଣ ମନ୍ତ୍ରୀ ପଦ ନେଇ ଶପଥଗ୍ରହଣ କରିଛନ୍ତି ।
ରବିବାର ତେଲେଙ୍ଗାନା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନିମନ୍ତେ ରାଜଭବନରେ ଦିନ ୧୨ଟା ୧୯ରେ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ତିନି ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି । ମନ୍ତ୍ରୀ ପଦ ନେଇ ଶପଥଗ୍ରହଣ କରିଥିବା ତିନି ବିଧାୟକ ହେଲେ ଜି. ବିବେକ, ଅଦଲୁରୀ ଲକ୍ଷ୍ମଣ କୁମାର ଏବଂ ବକ୍ତି ଶ୍ରୀହରି । ଏହି ଶପଥଗ୍ରହଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବଂଥ ରେଡ୍ଡୀଙ୍କ ବ୍ୟତୀତ ଅନେକ ମନ୍ତ୍ରୀ ଏବଂ ବିଧାୟକ ସାମିଲ୍ ହୋଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ