ନୂଆଦିଲ୍ଲୀ, 8 ଜୁନ୍ (ହି.ସ.)- ବେଙ୍ଗାଲୁରୁରେ ଏକ ବ୍ରେନ୍ ଡେଡ୍ ରୋଗୀଙ୍କ ଅଙ୍ଗରେ ଅନ୍ୟ ପାଞ୍ଚଜଣଙ୍କ ଜୀବନ
ବଞ୍ଚାଇବାରେ ଭାରତୀୟ ବାୟୁ ସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି। ବାୟୁ ସେନା
ବେଙ୍ଗାଲୁରୁରୁ ଦିଲ୍ଲୀ ପର୍ଯ୍ୟନ୍ତ ଏକ କିଡନି ଓ କର୍ଣିଆକୁ ଆକାଶ ମାର୍ଗରେ ପହଞ୍ଚାଇଛି,
ଯାହାକୁ
ସେନା ହସ୍ପିଟାଲରେ ଦୁଇ ରୋଗୀଙ୍କୁ ପ୍ରତ୍ୟାରୋପଣ କରି ତାଙ୍କର ଜୀବନ ରକ୍ଷା କରାଯାଇଛି।
ଏହାଛଡ଼ା ଅନ୍ୟ ତିନିଟି ଅଙ୍ଗ ମାଧ୍ୟମରେ ବେଙ୍ଗାଲୁରୁରେ ତିନି ରୋଗୀଙ୍କ ଜୀବନ ବଞ୍ଚାଯାଇଛି।
ଏହି ମିଶନରେ ଅନେକ ହସ୍ପିଟାଲ ଓ କର୍ଣ୍ଣାଟକର ସଂସ୍ଥା ‘ଜୀବ ସାର୍ଥକ’
ସାମିଲ
ଥିଲେ, ଯାହା ଚିକିତ୍ସା ସମୁଦାୟର ସମର୍ପଣ ଓ ଦକ୍ଷତାକୁ ପ୍ରଦର୍ଶିତ କରିଛି।
ଏଠାରେ ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଶୁକ୍ରବାର
ଦିନ ଜଣେ ରୋଗୀଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା। ତାଙ୍କ ପରିବାରର ସଦସ୍ୟମାନେ କାର୍ଯ୍ୟ
କରୁଥିବା ଅଙ୍ଗଗୁଡିକୁ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ବାୟୁ ସେନାର ବିମାନ
ମାଧ୍ୟମରେ ଗୋଟିଏ କିଡନି ଓ ଗୋଟିଏ କର୍ଣିଆକୁ ଦିଲ୍ଲୀର ଆର୍ମି ହସ୍ପିଟାଲ୍ (ରିସର୍ଚ୍ଚ ଏଣ୍ଡ
ରେଫରାଲ୍) କୁ ପଠାଯାଇଥିଲା। ଦ୍ୱିତୀୟ କିଡନି ଓ କର୍ଣିଆକୁ ବେଙ୍ଗାଲୁରୁର ଭିକ୍ଟୋରିଆ
ହସ୍ପିଟାଲର ଏକ ମେଡିକାଲ୍ ଟିମ୍ର ସହଯୋଗରେ ବାୟୁ ସେନାର ବେଙ୍ଗାଲୁରୁ ଅବସ୍ଥିତ କମାଣ୍ଡ
ହସ୍ପିଟାଲରେ ଏକ ରୋଗୀଙ୍କୁ ପ୍ରତ୍ୟାରୋପଣ କରାଯାଇଥିଲା। ଏହାଛଡ଼ା ବେଙ୍ଗାଲୁରୁର କେଙ୍ଗେରୀ
ଅଞ୍ଚଳର ବିଜିଏସ ଗ୍ଲେନିଗଲ୍ସହସ୍ପିଟାଲରେ ଏକ ଲିଭର ସଫଳଭାବେ
ପ୍ରତ୍ୟାରୋପଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା