ବାବା କେଦାରଙ୍କ ଦର୍ଶନ କଲେ ସ୍ଥଳସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ
କେଦାରନାଥ ଧାମ, 8 ଜୁନ୍ (ହି.ସ.)- ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରବିବାର କେଦାରନାଥ ଧାମରେ ପହଞ୍ଚି ବାବା କେଦାରଙ୍କ ଦର୍ଶନ କରି ଜଳାଭିଷେକ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ସୁଯୋଗରେ ସେ ତୀର୍ଥପୁରୋହିତମାନଙ୍କୁ ଭେଟିଥିଲେ। ଏହାସହିତ ଧାମରେ ଯ
ବାବା କେଦାରଙ୍କ ଦର୍ଶନ କଲେ ସ୍ଥଳସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ


କେଦାରନାଥ ଧାମ, 8 ଜୁନ୍ (ହି.ସ.)- ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରବିବାର କେଦାରନାଥ

ଧାମରେ ପହଞ୍ଚି ବାବା କେଦାରଙ୍କ ଦର୍ଶନ କରି ଜଳାଭିଷେକ କରି ତାଙ୍କର ଆଶୀର୍ବାଦ ଗ୍ରହଣ

କରିଛନ୍ତି । ଏହି ସୁଯୋଗରେ ସେ ତୀର୍ଥପୁରୋହିତମାନଙ୍କୁ ଭେଟିଥିଲେ। ଏହାସହିତ ଧାମରେ ଯାତ୍ରା

ଡ୍ୟୁଟିରେ ମୁତୟନ ଆଇଟିବିପି, ପିଏସି ଏବଂ ପୁଲିସ୍ ଯବାନମାନଙ୍କ ଉତ୍ସାହ

ବଢ଼ାଇ ତାଙ୍କ ପିଠି ଥାପୁଡାଇଥିଲେ ।

ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରବିବାର ସକାଳ ୯ଟାରେ କେଦାରନାଥ ଧାମରେ

ପହଞ୍ଚିଥିଲେ। ଧାମରେ ପୁଲିସ୍ ଅଧିକାରୀ ଅକ୍ଷୟ ପ୍ରହ୍ଲାଦ କୋଣ୍ଡେ,

ବରିଷ୍ଠ

ତୀର୍ଥପୁରୋହିତ ଉମେଶ୍ ଚନ୍ଦ୍ର ପୋଷ୍ଟି, ବିକେଟିସିର ଅନିଲ ଧ୍ୟାନୀ ଓ ଅନ୍ୟମାନେ

ତାଙ୍କୁ ପୁଷ୍ପଗୁଛ ଉପହାର ଦେଇ ସ୍ୱାଗତ କରିଥିଲେ । ଏହାପରେ ସ୍ଥଳ ସେନାଧ୍ୟକ୍ଷ ଦ୍ୱିବେଦୀ ବାବା

କେଦାରଙ୍କ ଦର୍ଶନ କରି ଜଳାଭିଷେକ କରି ବାବା କେଦାରଙ୍କୁ ଭାରତର ସୁଖ-ସମୃଦ୍ଧି ପାଇଁ କାମନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande