କାନପୁର, 8 ଜୁନ୍ (ହି.ସ.)- ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ରାଓ ଭାଗବତ କହିଛନ୍ତି ଯେ,
ରାଷ୍ଟ୍ରକୁ ପରମବୈଭବରେ ପହଂଚାଇବା ଆମର ଲକ୍ଷ୍ୟ ଅଟେ । ଏଥିପାଇଁ ସମସ୍ତ ହିନ୍ଦୁଙ୍କୁ ଏକଜୁଟ
ହୋଇ କାମ କରିବାକୁ ପଡିବ । ଏଥିପାଇଁ ପିଲାଙ୍କ ଠାରେ ସଂସ୍କାର ଓ ପରିବାରରେ ଏକତା ଜରୁରୀ ଅଟେ
।
ସରସଂଘଚାଳକ ଡା. ମୋହନ ରାଓ ଭାଗବତ ରବିବାର ନବାବଗଞ୍ଜ ଅବସ୍ଥିତ ଦୀନଦୟାଳ ବିଦ୍ୟାଳୟରେ
ଆୟୋଜିତ କାର୍ଯ୍ୟକର୍ତ୍ତା ବିକାଶ ବର୍ଗରେ ସ୍ୱୟଂସେବକମାନେଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହା
ପୂର୍ବରୁ ସେ ସକାଳେ ସଂଘସ୍ଥଳରେ ମଧ୍ୟ ଥିଲେ। ଏହି ସମୟରେ ସରସଂଘଚାଳକ ସ୍ୱୟଂସେବକମାନଙ୍କର
ଶାରୀରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମଧ୍ୟ ଦେଖିଥିଲେ।
ସଂବାଦଅଧିବେଶନରେ ଡା. ଭାଗବତ ସ୍ୱୟଂସେବକମାନଙ୍କୁ କହିଥିଲେ ଯେ ଦେଶକୁ ପରମବୈଭବରେ
ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ପଞ୍ଚ ପରିବର୍ତ୍ତନ ଉପରେ ଜୋର ଦେଇ ସେ କହିଛନ୍ତି ଯେ ସମସ୍ତ
ହିନ୍ଦୁମାନେ ଏକତ୍ରିତ ହୋଇ କାମ କରିବା ଆବଶ୍ୟକ, ଯାହା ଦ୍ୱାରା ପ୍ରତ୍ୟେକ
ଘରର ପ୍ରତି ଶିଶୁ ନିକଟରେ ସଂସ୍କାର ଓ ପରିବାରରେ ଏକତା ସ୍ଥାପିତ ହୋଇପାରିବ। ସେ ସାମାଜିକ
ସମରସତା, କୁଟୁମ୍ବ ପ୍ରବୋଧନ, ପରିବେଶ ସୁରକ୍ଷା,
ସ୍ୱ
ଜାଗରଣ ଓ ନାଗରିକ କର୍ତ୍ତବ୍ୟ ପାଳନ କରିବା ଉପରେ ଜୋର ଦେଇଛନ୍ତି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ପ୍ରଚାର ମୁଖ୍ୟ ଡାକ୍ତର ଅନୁପମ୍ କହିଛନ୍ତି ଯେ
ସରସଂଘଚାଳକ ୪୦୦ ରୁ ଅଧିକ ପ୍ରଶିକ୍ଷଣ ନେଉଥିବା ସ୍ୱୟଂସେବକମାନଙ୍କୁସଂଘର
କାର୍ଯ୍ୟ ଓ ଚିନ୍ତାଧାରା କିପରି ଲୋକମାନଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ନେଇ ଆଲୋଚନା କରିଛନ୍ତି।
ଏହା ସହିତ ସେ ହିନ୍ଦୁମାନେ ଏକତ୍ରିତ ହୋଇ ସଂଘକୁ ଶକ୍ତିଶାଳୀ କରିବାରେ ଜୋର ଦେଇଛନ୍ତି।
ଏହା ଛଡା ଡା. ଭାଗବତ ଶତାବ୍ଦୀ ବର୍ଷରେ ଶାଖା ବିସ୍ତାର ଉପରେ ମଧ୍ୟ ଜୋର ଦେଇଛନ୍ତି।
ସରସଂଘଚାଳକ ସୋମବାର ପର୍ଯ୍ୟନ୍ତ ଏଠାରେ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା