ସୁକମା, 8 ଜୁନ୍ (ହି.ସ.)
-ଛତିଶଗଡ଼ର ସୁକମା ଜିଲ୍ଲାର ଗ୍ରାମ ପୂବର୍ତ୍ତିରେ ଗତକାଲି ରାତିରେ
ନକ୍ସଲମାନେ ଗ୍ରାମ ପଟେଲ୍ ଗୋରକୋ ରାମାଙ୍କୁ ହତ୍ୟା କରିଦେଇଛନ୍ତି। ପୁଲିସ୍ ଏହାର ତଦନ୍ତରେ
ଲାଗିଛି।
ପୁଲିସ୍ ଅନୁସାରେ, କୁଖ୍ୟାତ ନକ୍ସାଲୀ ହିଡମାଙ୍କ ଗାଁ
ପୂବର୍ତ୍ତିରେ ଶନିବାର ବିଳମ୍ବିତ ରାତିରେ 10-15 ଜଣ ନକ୍ସଲ ଗ୍ରାମ ପଟେଲ୍ ଗୋରକୋ ରାମାଙ୍କ
ଘରକୁ ଆସିଥିଲେ ଓ ତୀକ୍ଷ୍ଣ ଅସ୍ତ୍ର ଯୋଗେ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ପଳାଇଯାଇଥିଲେ।
ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ
କରୁଛି। ଅଂଚଳରେ ନକ୍ସଲମାନେ ଲୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା