ରାଜସ୍ଥାନରେ ପୁଣି ଜୋର ଧରିଲା ଗୁର୍ଜର ସଂରକ୍ଷଣ ଦାବି, ପିଲୁପୁରା ମହାପଂଚାୟତରେ ସରକାରଙ୍କୁ ଅଲ୍ଟିମେଟମ
ଭରତପୁର, 8 ଜୁନ୍ (ହି.ସ.) -ରାଜସ୍ଥାନରେ ପୁଣିଥରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ଜୋର ଧରିଛି । ଭରତପୁର ଜିଲ୍ଲାର ବୟାନା ଅଞ୍ଚଳର ପୀଲୁପୁରା (କାରବାରୀ ଶହୀଦ ସ୍ମୃତି ସ୍ଥଳ) ରେ ରବିବାର ଗୁର୍ଜର ସମାଜ ଏକ ମହାପଞ୍ଚାୟତ କରି ସରକାରକୁ ସଂରକ୍ଷଣ ସହିତ ତାଙ୍କର ବିଭିନ୍ନ ଅପେକ୍ଷିତ
ରାଜସ୍ଥାନରେ ପୁଣି ଜୋର ଧରିଲା ଗୁର୍ଜର ସଂରକ୍ଷଣ ଦାବି, ପିଲୁପୁରା ମହାପଂଚାୟତରେ     ସରକାରଙ୍କୁ ଅଲ୍ଟିମେଟମ


ଭରତପୁର, 8 ଜୁନ୍ (ହି.ସ.)

-ରାଜସ୍ଥାନରେ ପୁଣିଥରେ ଗୁର୍ଜର ସଂରକ୍ଷଣ ଆନ୍ଦୋଳନ ଜୋର ଧରିଛି ।

ଭରତପୁର ଜିଲ୍ଲାର ବୟାନା ଅଞ୍ଚଳର ପୀଲୁପୁରା (କାରବାରୀ ଶହୀଦ ସ୍ମୃତି ସ୍ଥଳ) ରେ ରବିବାର

ଗୁର୍ଜର ସମାଜ ଏକ ମହାପଞ୍ଚାୟତ କରି ସରକାରକୁ ସଂରକ୍ଷଣ ସହିତ ତାଙ୍କର ବିଭିନ୍ନ ଅପେକ୍ଷିତ

ଦାବିପତ୍ର ନେଇ ଅଲ୍ଟିମେଟମ୍‌ ଦେଇଛି। ଏହି ମାମଲାରେ ଗୃହ ରାଜ୍ୟମନ୍ତ୍ରୀ ଜୱାହର ସିଂହ ବେଢ଼ମ

ଗୁର୍ଜର ସମାଜ ସହ କଥାବାର୍ତ୍ତା କରିବାକୁ ସମ୍ମତି ଜଣାଇଛନ୍ତି।

ଏହି ମହାପଞ୍ଚାୟତର ନେତୃତ୍ୱ ଗୁର୍ଜର ସଂରକ୍ଷଣ ସଂଘର୍ଷ ସମିତିର ଅଧ୍ୟକ୍ଷ ବିଜୟ ବୈଁସଲା

କରୁଛନ୍ତି। ଏହି ମହାପଞ୍ଚାୟତରେ ବହୁ ସଂଖ୍ୟାରେ ସମାଜର ଲୋକମାନେ ଯୋଗଦେଇଥିଲେ। ମହାପଞ୍ଚାୟତରେ

ଯୋଗଦେଇଥିବା ସମାଜର ପଞ୍ଚମାନେ ଓ ପୂର୍ବତନ ସରପଞ୍ଚମାନେ ସରକାର ଉପରେ ପ୍ରତିଶ୍ରୁତି ଭଙ୍ଗର

ଅଭିଯୋଗ ଆଣିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କର୍ଣ୍ଣଲ୍ କିରୋଡ଼ୀ ସିଂହ

ବୈଁସଲାଙ୍କ ବିୟୋଗ ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ଅଧୃତ ଅବସ୍ଥାରେ ଅଛି ଏବଂ ବର୍ତ୍ତମାନ

ସମାଜ ଆଉ ଅପେକ୍ଷା କରିବେ ନାହିଁ। ସମିତି ସଂକେତ ଦେଇଛି ଯେ ଯଦି ସରକାର ପକ୍ଷରୁ କୌଣସି ଆଶ୍ୱାସନା

ମିଳେନାହିଁ, ତେବେ ଆନ୍ଦୋଳନକୁ ତୀବ୍ର କରାଯିବ । ଏବଂ ରେଳ ଅବରୋଧ ମଧ୍ୟ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande