ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ
ବଲାଙ୍ଗିର 9 ଜୁନ୍ (ହି.ସ.) ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ ଗୋଟିଏ ଚେନ୍‌ । ପରିବାର ସ
ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ


ବଲାଙ୍ଗିର 9 ଜୁନ୍ (ହି.ସ.)

ସୁନା ସଫା କରିବା ବାହାନାରେ ଠକୁଥିବା ଗ୍ୟାଙ୍ଗ ଏବେ ଧରମଗଡରେ ବି ନିଜ କଳା କାର୍‌ନାମା ଜାରି ରଖିଥିବା ସୂଚନା ମିଳୁଛି । ବୁଧବାର ଟିଟିଲାଗଡ଼ର ଗୁଲାବ ଚନ୍ଦ୍ର ଅଗ୍ରୱାଲଙ୍କ ଘରୁ ସୁନା ସଫା କରିବା ବାହାନାରେ ଲୁଟି ନେଇଥିଲେ ଦୁଇଟି ସୁନା ଚୁଡ଼ି ଓ ଗୋଟିଏ ଚେନ୍‌ । ପରିବାର ସଦସ୍ୟ ଟିଟିଲାଗଡ଼ ଥାନାରେ ଏ ସଂପର୍କରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁ ଦୁଇ ଜଣ ବ୍ୟକ୍ତି ସୁନା ନେଇ ଫେରାର ମାରିଥିଲେ, ସେହି ଦୁଇ ଜଣଙ୍କ ଭିଡିଓ ଧରମଗଡରୁ ମିଳିଛି । ସେହି ଲୋକଙ୍କ ଭିଡିଓ ରାଜେଶ ଅଗ୍ରୱାଲ ଦେଇଛନ୍ତି । ଏମାନେ ଦିନକୁ ଗୋଟିଏ ଦୁଇଟି ନୂଆ ସ୍ଥାନରେ ଏମିତି ଠକାମୀ କରୁଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande