ସ୍ୱଚ୍ଛସାଥୀ ଓ ସୁପର ଭାଇଜରଙ୍କର ଦରମା ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
କେନ୍ଦ୍ରାପଡା, 9 ଜୁନ୍ (ହି.ସ.) କେନ୍ଦ୍ରାପଡା ସ୍ୱଚ୍ଛସାଥୀ ଓ ସୁପର ଭାଇଜର ସଂଘ ତରଫରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଗସ୍ତରେ ଆସିଥିବା ସମୟରେ ଇଛାପୁର ଠାରେ ସଂଘ ତରଫରୁ ଦରମା ବୃଦ୍ଧି ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଦୀର୍ଘ ୮ ବର୍ଷ ହେଲା ସ୍ୱଚ୍ଛସାଥୀ ଓ ସୁପର ଭାଇଜର ମ
ସ୍ୱଚ୍ଛସାଥୀ ଓ ସୁପର ଭାଇଜରଙ୍କର ଦରମା ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର


କେନ୍ଦ୍ରାପଡା, 9 ଜୁନ୍ (ହି.ସ.) କେନ୍ଦ୍ରାପଡା ସ୍ୱଚ୍ଛସାଥୀ ଓ ସୁପର ଭାଇଜର ସଂଘ ତରଫରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡା ଗସ୍ତରେ ଆସିଥିବା ସମୟରେ ଇଛାପୁର ଠାରେ ସଂଘ ତରଫରୁ ଦରମା ବୃଦ୍ଧି ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଦୀର୍ଘ ୮ ବର୍ଷ ହେଲା ସ୍ୱଚ୍ଛସାଥୀ ଓ ସୁପର ଭାଇଜର ମାନେ କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୈାରାଂଚଳ ରେ ସ୍ୱଳ୍ପ ଦରମା ରେ କାର୍ଯ୍ୟ କରି ଆସୁଛନ୍ତି । ଏଥି ସହିତ ଲାଟିନ ସର୍ଭେ, ଆବସ ଯୋଜନା ସର୍ଭେ, କରୋନା ସମୟରେ ଡ୍ୟୁଟି, ବାତ୍ୟା ଡ୍ୟୁଟି, ବିଏସ୍‌କେୱାଇ କାର୍ଡ, ଆୟୁଷମନ କର୍ଡ ବଣ୍ଟନ, ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ ସର୍ଭେ ଆଦି କାର୍ଯ୍ୟମାନ ସୂଚାରୁ ରୂପେ ତୁଲାଉଛନ୍ତି । ମାତ୍ର ଏମାନେ ୪ ହଜାର ଓ ୮ ହଜାର ଦରମାରେ ନିଜ ପରିବାର ପୋଷିବା ଅସମ୍ଭବ ହୋଇପଡିଛି । ତୁରନ୍ତ ଏମାନଙ୍କର ଦରମା ବୃଦ୍ଧି କରିବା ନିମନ୍ତେ ସଂଘର ଲକ୍ଷ୍ମୀପ୍ରିୟା ଦାସ, ମଧୁସ୍ମିତା ସିଂହ, ପୁଷ୍ପାଞ୍ଜଳୀ ପାତ୍ର, ଶୁଭସ୍ମିତା ନାୟକ, ରୋଜାଲିନ ଦାସ ପ୍ରମୁଖ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande