ନୂଆଦିଲ୍ଲୀ, 9 ଜୁନ୍ (ହି.ସ.)- ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି କୋରୋନା । ସଂକ୍ରମଣକୁ ନେଇ
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଲର୍ଟ ଅବସ୍ଥାରେ ଅଛି। ମନ୍ତ୍ରଣାଳୟ ଅନୁଯାୟୀ,
ଆଜି
ସକାଳ 8ଟା ପର୍ଯ୍ୟନ୍ତ ଦେଶରେ କ୍ରିୟାଶୀଳ କୋରୋନା ସଂକ୍ରମିତଙ୍କ ସଂଖ୍ୟା 6133କୁ ପହଞ୍ଚିଛି।
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 379 ନୂଆ ମାମଲା ସାମ୍ନାକୁ ଆସିଛି ଓ ଛଅ ଜଣ ରୋଗୀର ମୃତ୍ୟୁ
ଘଟିଛି। ମୃତକଙ୍କ ମଧ୍ୟରୁ ଦୁଇଜଣ କର୍ଣ୍ଣାଟକ, ତିନିଜଣ କେରଳ ଓ ଗୋଟିଏ ଜଣ
ତାମିଳନାଡୁରୁ ଅଟନ୍ତି।
କେରଳରେ ସବୁଠାରୁ ଅଧିକ ସକ୍ରିୟ କୋଭିଡ୍ ମାମଲା ରହିଛି – 1950, ତାପରେ ଗୁଜରାଟ୍ ରହିଛି, ଏଠାରେ 822 ଠାରୁ ଅଧିକ ମାମଲା ରିପୋର୍ଟ
ହୋଇଛି। ଏହା ପରେ ଦିଲ୍ଲୀ, ଯେଉଁଠାରେ 686ସକ୍ରିୟ ମାମଲା ରିପୋର୍ଟ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା