ବସ ହାଇୱେ ପଛରୁ ଧକ୍କା ଦେଲା,ଜଣେ ମହିଳା ସମେତ 3ଜଣ ଲୋକଙ୍କ ମୃତ୍ୟୁ
ରାୟପୁର 1 ଜୁଲାଇ (ହି.ସ)-ରାଜଧାନୀ ରାୟପୁର ସଂଲଗ୍ନ ଅଭନପୁର ଥାନା ଅଞ୍ଚଳର କେନ୍ଦ୍ରୀରେ ମଙ୍ଗଳବାର ସକାଳେ ଜଗଦଲପୁରରୁ ରାୟପୁର ଆସୁଥିବା ବସ ହାଇୱେ ପଛରୁ ଧକ୍କା ଦେଇଛି।ଦୁର୍ଘଟଣାରେ ଜଣେ ମହିଳା ସମେତ 3 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।ସୁଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳର
ବସ ହାଇୱେ ପଛରୁ ଧକ୍କା ଦେଲା,ଜଣେ ମହିଳା ସମେତ 3ଜଣ ଲୋକଙ୍କ ମୃତ୍ୟୁ


ରାୟପୁର 1 ଜୁଲାଇ (ହି.ସ)-ରାଜଧାନୀ ରାୟପୁର ସଂଲଗ୍ନ ଅଭନପୁର ଥାନା ଅଞ୍ଚଳର କେନ୍ଦ୍ରୀରେ ମଙ୍ଗଳବାର ସକାଳେ ଜଗଦଲପୁରରୁ ରାୟପୁର ଆସୁଥିବା ବସ ହାଇୱେ ପଛରୁ ଧକ୍କା ଦେଇଛି।ଦୁର୍ଘଟଣାରେ ଜଣେ ମହିଳା ସମେତ 3 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।ସୁଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି।ଆହତ ଯାତ୍ରୀମାନଙ୍କୁଅଭନପୁରରସରକାରୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଛି।ଅଭନପୁର ଥାନା ପକ୍ଷରୁ ଦିଆଯାଇଥିବା ସୁଚନା ଅନୁଯାୟୀ ରୟାଲ ଟ୍ରାଭେଲ୍ସର ଯାତ୍ରୀବାହୀ ବସ (ସିଜି 04 ଇ 4060)ଜଗଦଲପୁରରୁ ରାୟପୁର ଅଭିମୁଖେ ଆସୁଥିଲା।ଅଭନପୁରର କେନ୍ଦ୍ରୀ ଗ୍ରାମ ନିକଟରେ ବସ ହାଇୱେ ପଛରୁ ଧକ୍କା ଦେଇଥିଲା।ଘଟଣା ସକାଳ ପ୍ରାୟ ସାଢେ ଚାରିଟା ସମୟର।ଏହି ଦୁର୍ଘଟଣାରେ ବଳରାମ ପଟେଲ,ଅଜହର ଅଲୀ ଏବଂ ବରଖା ଠାକୁରଙ୍କ ମୃତ୍ୟୁ ଘଟିଛି।ଧନୀରାମ ସେଠିୟା,ଗଣେଶ୍ୱର ପ୍ରସାଦ ବର୍ମନ,ତିଜନ ଯାଦବ, ଭୁଷଣ ନିଷାଦ,ସୁମନ ଦେବୀ ଏବଂ ସନ୍ଧ୍ୟା କୁମାର ଆହତ ହୋଇଛନ୍ତି।କୁହାଯାଉଛି ଯେ ବସରେ 25ରୁ ଅଧିକ ଯାତ୍ରୀ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande