ଶିମ୍ଲା, ୦୧ ଜୁଲାଇ(ହି.ସ.) – ହିମାଚଳ ପ୍ରଦେଶରେ ମୌସୁମୀ ପୁଣିଥରେ ତା’ର ପ୍ରଭାବ ଦେଖାଇଛି। ଗତ ୨୪ ଘଂଟାରେ ପ୍ରବଳ ବର୍ଷା ଏବଂ ବାଦଲ ଫଟା ଘଟଣାରେ ରାଜ୍ୟର କେତେକ ଅଂଚଳ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ମଣ୍ଡି, କୁଲ୍ଲୁ, ହମୀରପୁର, ଶିମଲା, ସିରମୌର ଏବଂ ସୋଲନ ଜିଲ୍ଲାରେ ଆସନ୍ତା ୨୪ ଘଂଟା ପାଇଁ ବର୍ଷାର ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଆଗାମୀ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବିଜୁଳିର ଆଶଙ୍କା ଅଛି। ଏହାକୁ ଦୃଷ୍ଟିରେ ରଖି ଅରେଞ୍ଜ ଏବଂ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଏହାସହ ପୁରା ରାଜ୍ୟରେ ଉଦ୍ଧାର କାର୍ଯ୍ୟ ତୀବ୍ର ଗତିରେ ଜାରି ରହିଛି।
ରାଜ୍ୟରେ ଗତ ୨୪ ଘଂଟାରେ ସବୁଠାରୁ ବଡ଼ ମୌସୁମୀ ବର୍ଷା ରେକର୍ଡ କରାଯାଇଛି। ମଂଡି ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷାରେ ବନ୍ୟା ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ଜଣ ନିଖୋଜ ଅଛନ୍ତି। ମଂଡିର ଥୁନାଗ, କରସୋଗ, ଓଲ୍ଡ ବଜାର ଏବଂ ରିକ୍କୀ ପରି ଅଂଚଳରେ ବାଦଲ ଫଟା ବର୍ଷା ହୋଇଛି। କରସୋଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ ୪ ନିଖୋଜ ରହିଛନ୍ତି। ରିକ୍କୀରୁ ୭ ଲୋକଙ୍କୁ ସୁରକ୍ଷିତ ବାହାର କରାଯାଇଛି। ମଂଡି ଜିଲ୍ଲାର ଗୋହର ଅଂଚଳରେ ପରିସ୍ଥିତି ସବୁଠାରୁ ଅଧିକ ଗମ୍ଭୀର ରହିଛି। ଏଠାରେ ସିୟାଂଜ ଗାଆଁରେ ଦୁଇ ଘର ଧୋଇହୋଇ ଯାଇଛି ଏବଂ ୯ଜଣ ନିଖୋଜ ଅଛନ୍ତି। ବାଡା ଗାଆଁରେ ବାଦଲ ଫଟା ବର୍ଷାରେ ୨ଜଣଙ୍କ ମୃତ୍ୟୁ ଏବଂ ୪ଜଣ ଆହତ ହୋଇଛନ୍ତି। ତଲୱାରା ଗାଆଁରେ ଗୋଟିଏ ପରିବାରର ତିନି ସଦସ୍ୟ ନିଖୋଜ ଏବଂ ଜଣେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଛି।
ଗତ ୨୪ ଘଂଟାରେ ମଂଡି ଜିଲ୍ଲାର ସଂଧୋଲ ଏବଂ ମଂଡି ସହରରେ ସବୁଠାରୁ ଅଧିକ ୨୨୦ ମି.ମି. ବର୍ଷା ରେକର୍ଡର୍ କରାଯାଇଛି। ପଂଡୋହରେ ୨୧୦ ମି.ମି., ବିଭାଗ ଅନୁଯାୟୀ ଏହି ମୌସୁମୀ ସିଜନ୍ର ଏବେ ପର୍ଯ୍ୟନ୍ତର ସବୁଠାରୁ ବଡ଼ ବର୍ଷା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି