ପଟନା ବିମାନ ବନ୍ଦରକୁ ବୋମା ପକାଇ ଉଡାଇଦେବାକୁ ଧମକ ,ସୁରକ୍ଷାବ୍ୟବସ୍ଥା କଡାକଡି
ପଟନା 1 ଜୁଲାଇ (ହି.ସ)-ପଟନା ବିମାନବନ୍ଦରକୁ ବୋମା ମାଡ କରିବାକୁ ଧମକପୁର୍ଣ୍ଣ ଏକ ଇମେଲ ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ସମ୍ପର୍କରେ ବିମାନବନ୍ଦର ପୋଲିସ ଷ୍ଟେସନରେ ଏକ ମାମଲାରେକର୍ଡ କରାଯାଇଛି।ଇମେଲରେ ଲେଖାଯାଇଛି ଯେ ବିମାନବନ୍ଦରରେ ଏକ ବୋମା ରଖାଯାଇଛି ଏବଂ ଏହା ଖୁବଶୀଘ୍ର ବ
ପଟନା ବିମାନ ବନ୍ଦରକୁ ବୋମା ପକାଇ ଉଡାଇଦେବାକୁ ଧମକ ,ସୁରକ୍ଷାବ୍ୟବସ୍ଥା କଡାକଡି


ପଟନା 1 ଜୁଲାଇ (ହି.ସ)-ପଟନା ବିମାନବନ୍ଦରକୁ ବୋମା ମାଡ କରିବାକୁ ଧମକପୁର୍ଣ୍ଣ ଏକ ଇମେଲ ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏ ସମ୍ପର୍କରେ ବିମାନବନ୍ଦର ପୋଲିସ ଷ୍ଟେସନରେ ଏକ ମାମଲାରେକର୍ଡ କରାଯାଇଛି।ଇମେଲରେ ଲେଖାଯାଇଛି ଯେ ବିମାନବନ୍ଦରରେ ଏକ ବୋମା ରଖାଯାଇଛି ଏବଂ ଏହା ଖୁବଶୀଘ୍ର ବିସ୍ଫୋରଣ ହେବାକୁ ଯାଉଛି।ବିମାନବନ୍ଦର ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସୀ ତଦନ୍ତ ଆରମ୍ଭ କରିଛନ୍ତି।ବିମାନବନ୍ଦର ଅଧିକାରୀମାନେ ସମଗ୍ର ପରିସରରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି।ତଦନ୍ତ ସମୟରେ କୌଣସି ସନ୍ଦିଗ୍ଧ କିମ୍ବା ବିସ୍ଫୋରକ ସାମଗ୍ରୀ ମିଳିନାହିଁ।ଗତକାଲି ବିଳମ୍ବିତ ରାତିରେ ବିମାନବନ୍ଦର ଥାନାରେ ମାମଲା ରୁଜୁ କରାଯାଇଛି।ବର୍ତ୍ତମାନ ପୋଲିସ ଇମେଲ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ଚେଷ୍ଟା କରୁଛି।ଏହି ମାମଲାରେ ବୈଷୟିକ ଏବଂ ସାଇବର ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଉଛି।ଅନ୍ୟପକ୍ଷରେ ଏହି ସମୟରେ ପାଟନା ବିମାନବନ୍ଦରର ପ୍ରତ୍ୟେକ କୋଣରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳର ଯବାନମାନଙ୍କୁ ନିୟୋଜିତ କରାଯାଇଛି।ବିମାନବନ୍ଦରକୁ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande