ତେଲେଙ୍ଗାନା ଫ୍ୟାକ୍ଟ୍ରି ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ଭୁବନେଶ୍ୱର, 1 ଜୁଲାଇ (ହି.ସ.)- ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟାନକ ଅଗ୍ନିକାଣ୍ଡକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ହ
ତେଲେଙ୍ଗାନା ଫ୍ୟାକ୍ଟ୍ରି     ଅଗ୍ନିକାଣ୍ଡକୁ ନେଇ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ


ଭୁବନେଶ୍ୱର, 1 ଜୁଲାଇ (ହି.ସ.)- ଓଡିଶାର

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତେଲେଙ୍ଗାନାର

ସଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଏକ ରାସାୟନିକ କାରଖାନାରେ ଘଟିଥିବା ଭୟାନକ ଅଗ୍ନିକାଣ୍ଡକୁ ନେଇ ଗଭୀର

ଶୋକ ପ୍ରକାଶ କରିଛନ୍ତି। ଏହି ହୃଦୟ ବିଦାରକ ଘଟଣାରେ ଅନେକ ଲୋକ ଜୀବନ ହରାଇଛନ୍ତି ଏବଂ ଅନେକ ଆହତ

ହୋଇଛନ୍ତି।

ଶ୍ରୀ ପଟ୍ଟନାୟକ ସୋସିଆଲ ମିଡିଆରେ

ଶୋକ ପ୍ରକାଶ କରି ଲେଖିଛନ୍ତି ଯେ, “ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ଏକ ରାସାୟନିକ କାରଖାନାରେ ଲାଗିଥିବା ଅଗ୍ନିକାଣ୍ଡର

ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖିତ । ଶୋକସନ୍ତପ୍ତ ପରିବାରକୁ ମୁଁ

ଗଭୀର ସମବେଦନା ଜଣାଉଚଇ । ଏହି ଦୁଃଖ ସମୟରେ ମୋର ପ୍ରାର୍ଥନା ସେମାନଙ୍କ ସହିତ ଅଛି। ଆହତଙ୍କ ଆଶୁ

ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।”

ଶ୍ରୀ ପଟ୍ଟନାୟକ ମୃତ୍ୟୁବରଣ

କରିଥିବା ଲୋକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ଶୀଘ୍ର ସୁସ୍ଥ ହେବା ପାଇଁ

ପ୍ରାର୍ଥନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande