ନୂଆଦିଲ୍ଲୀ, 1 ଜୁଲାଇ (ହି.ସ.)- ଡାକ୍ତର ଦିବସରେ
ଡାକ୍ତରମାନଙ୍କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ
ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଡାକ୍ତର ଦିବସରେ ସମସ୍ତ ପରିଶ୍ରମୀ ଡାକ୍ତରଙ୍କୁ
ହାର୍ଦ୍ଦିକ ଶୁଭେଚ୍ଛା। ଆମ ଡାକ୍ତରମାନେ ତାଙ୍କର ଦକ୍ଷତା ଓ ଦୃଢ଼ ପରିଶ୍ରମ ଦ୍ୱାରା ଏକ ବିଶେଷ
ପରିଚୟ ସୃଷ୍ଟି କରିଛନ୍ତି। ସେମାନଙ୍କର କାରୁଣ୍ୟର ଭାବନା ମଧ୍ୟ ଗର୍ବର ବିଷୟ। ସେମାନେ
ପ୍ରକୃତରେ ସ୍ୱାସ୍ଥ୍ୟର ରକ୍ଷକ ଓ ମାନବତାର ମଜବୁତ ଆଧାର। ଭାରତର ସ୍ୱାସ୍ଥ୍ୟ ଅବସ୍ଥାପନାକୁ
ସୁଦୃଢ଼ କରିବାରେ ସେମାନଙ୍କ ଅବଦାନ ଅସାଧାରଣ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା