୪ ମାସ ପୂର୍ବେ କଛରେ ଧରାପଡ଼ିଥିଲା ପାକିସ୍ଥାନୀ ଯୁବକ, ବିଦେଶୀ ଆଇନ ଅନୁଯାୟୀ ମାମଲା ରୁଜୁ
କଚ୍ଛ, ୧୦ ଜୁଲାଇ (ହି.ସ.) - ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ସମ୍ବେଦନଶୀଳ କଚ୍ଛ ସୀମାରେ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି, କିନ୍ତୁ କେତେକ ସମୟରେ ଲୋକମାନେ ପାକିସ୍ଥାନର ସୀମାବତୀ ଅଂଚଳରୁ ଭାରତରେ ପ୍ରବେଶ କରନ୍ତି । ଚାରିମାସ ପୂର୍ବେ ଭାରତୀୟ ସୀମାରେ ଅନୁପ୍ରବେଶର ଏପରି ଏକ ଘଟଣା ସାମନାକୁ ଆସିଥିଲ
୪ ମାସ ପୂର୍ବେ କଛରେ ଧରାପଡ଼ିଥିଲା ପାକିସ୍ଥାନୀ ଯୁବକ, ବିଦେଶୀ ଆଇନ ଅନୁଯାୟୀ ମାମଲା ରୁଜୁ


କଚ୍ଛ, ୧୦ ଜୁଲାଇ (ହି.ସ.) - ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଥିବା ସମ୍ବେଦନଶୀଳ କଚ୍ଛ ସୀମାରେ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି, କିନ୍ତୁ କେତେକ ସମୟରେ ଲୋକମାନେ ପାକିସ୍ଥାନର ସୀମାବତୀ ଅଂଚଳରୁ ଭାରତରେ ପ୍ରବେଶ କରନ୍ତି । ଚାରିମାସ ପୂର୍ବେ ଭାରତୀୟ ସୀମାରେ ଅନୁପ୍ରବେଶର ଏପରି ଏକ ଘଟଣା ସାମନାକୁ ଆସିଥିଲା । କଚ୍ଛ ସୀମାନ୍ତରେ ଭୁଜ ତାଲୁକାର ଖାବଡ଼ା ନିକଟରେ ନିର୍ମିତ ଏସିଆର ସର୍ବବୃହତ ନବୀକରଣୀୟ ଶକ୍ତି ପାର୍କରେ ଜଣେ ପାକିସ୍ଥାନୀ ଯୁବକ ପ୍ରବେଶ କରି ଧରାପଡ଼ିଥିଲେ । ସିନ୍ଧ ପ୍ରଦେଶର ମିଠି ଥରପାରକର ଅଂଚଳର ୧୮ ବର୍ଷୀୟ ଯୁବକ ଲଭ କୁମାର ସ୍ୱରୂପଚନ୍ଦ ଦେବ ଓରଫ ପଟେଲ (ଭିଲ) ପାରିବାରିକ ବିବାଦ ଯୋଗୁଁ ଭାରତ ପଳାଇ ଆସିଥିଲେ ।

ଏହି ପାକିସ୍ଥାନୀ ଯୁବକଙ୍କୁ ଚାରିମାସ ପୂର୍ବରୁ କଚ୍ଛ ସୀମାନ୍ତ ଖାଭଡ଼ା ଅଂଚଳର ସୋଲର ପାର୍କରୁ ଏଟିଏସ ଏବଂ ଆଇବି ଧରିଥିଲେ । ଖାଭଡ଼ା ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ ଏହି ଯୁବକଙକୁ ମାର୍ଚ ମାସରେ ଏଟିଏସ ଏବଂ ଆଇବି ଧରିଥିଲା । ସେହି ସମୟରେ ସେ କହିଥିଲେ ଯେ, ଘରେ ତାଙ୍କ ପରିବାର ସହିତ ତାଙ୍କର ଝଗଡ଼ା ହୋଇଥିଲା ଏବଂ ସେ ଭାରତ ଯିବାକୁ ଚାହାନ୍ତି କହି ସେ ସୀମା ପାର ହୋଇ ସୋଲାର ପାର୍କରେ ପହଂଚିଥିଲେ । ସେତେବେଳେ ସେ ନାବାଳକ ଥିଲେ । ଭାରତ ଯାତ୍ରା କରିବା ପାଇଁ ତାଙ୍କ ପାଖରେ କୌଣସି ପାସ୍ କିମ୍ବା ପରମିଟ୍ ନ ଥିଲା । ଏଟିଏସ ତାଙ୍କୁ ପଚରାଉଚୁରା କରିଥିଲା ଏବଂ ପରେ ଯୁଗ୍ମ ତଦନ୍ତ କେନ୍ଦ୍ର (ଜେଆଇସି)କୁ ହସ୍ତାନ୍ତର କରିଥିଲା । ପାକିସ୍ଥାନର ସିନ୍ଧ ପ୍ରଦେଶର ମିଠି ଥରପାରକରର ବାସିନ୍ଦା ଲଭ କୁମାର ନାମକ ଏହି ଯୁବକ କୌଣସି ପାସ, ପରମିଟ୍ କିମ୍ବା ଭିସା ବିନା ଅନ୍ତର୍ଜାତୀୟ ସୀମା ପାର କରି ଭାରତରେ ପ୍ରବେଶ କରିଥିଲେ, ଯାହା ଉପରେ ବିଦେଶୀ ଆଇନ ଅନୁଯାୟୀ ଏକ ମାଲା ରୁଜୁ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande