ନୂଆଦିଲ୍ଲୀ, ୧୦ ଜୁଲାଇ(ହି.ସ.) – ଦେଶସାରା ମୌସୁମୀ ପୁରା ବେଗରେ ବର୍ଷା କରୁଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡି) ମଧ୍ୟ, ପୂର୍ବ, ଉତର-ପଶ୍ଚିମ, ପୂର୍ବୋତର ଏବଂ ଦକ୍ଷିଣ ଭାରତର କେତେକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଚେତାବନୀ ଜାରି କରିଛି। କିଛି ଅଂଚଳରେ ୪୦-୫୦ କି.ମି. ପ୍ରତିଘଂଟା ବେଗରେ ପବନ ବହିବ ଏବଂ ବିଜୁଳୀ ପଡ଼ିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ଅନୁରୋଧ କରିଛି।
ମଧ୍ୟପ୍ରଦେଶରେ ୧୦ରୁ ୧୫ ଜୁଲାଇ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ୧୦ରୁ ୧୧ ଜୁଲାଇରେ ବିଦର୍ଭ, ୧୦,୧୧.୧୪ ଏବଂ ୧୫ ଜୁଲାଇକୁ ଛତିଶଗଡ଼, ୧୩ ଜୁଲାକୁ ଉପ-ହିମାଳୟୀ ପଶ୍ଚିମବଙ୍ଗ ମଧ୍ୟରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ୧୦ରୁ ୧୨ ଜୁଲାଇ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ହେବାର ଚେତାବନୀ ଦିଆଯାଇଛି। ୧୦ ଜୁଲାଇକୁ ବିଦର୍ଭ, ଛତିଶଗଡ଼ ଓ ଝାରଖଣ୍ଡରେ ମଧ୍ୟ କେତେକ ସ୍ଥାନରେ ବର୍ଷା ହୋଇପାରେ। ଏହି ଅଂଚଳରେ ଆସନ୍ତା ସପ୍ତାହ ଅଳ୍ପରୁ ମଧ୍ୟମ ବର୍ଷା, ବିଜୁଳୀ ଏବଂ ୩୦ରୁ ୪୦ କି.ମି. ଘଂଟା ପ୍ରତି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ସେହିପରି ଉତର-ପଶ୍ଚିମ ଭାରତରେ ୧୦ରୁ ୧୫ ଜୁଲାଇ ମଧ୍ୟରେ ପୂର୍ବି ରାଜସ୍ଥାନ ଏବଂ ଉତରାଖଣ୍ଡର କେତେକ ଅଂଚଳରେ ପ୍ରବଳ ବର୍ଷା ହେବ। ୧୦ ଏବଂ ୧୩ରୁ ୧୫ ଜୁଲାଇକୁ ହିମାଚଳ ପ୍ରଦେଶ, ୧୦ରୁ ୧୩ ଜୁଲାଇକୁ ପଶ୍ଚିମ ଉତର ପ୍ରଦେଶ, ୧୦ରୁ ୧୧ ଜୁଲାଇକୁ ପୂର୍ବ ଉତର ପ୍ରଦେଶ, ଏବଂ ୧୨ରୁ ୧୫ ଜୁଲାଇକୁ ପଶ୍ଚିମ ରାଜସ୍ଥାନରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ୧୦ ଜୁଲାଇକୁ ଉତରାଖଣ୍ଡ, ଉତର ପ୍ରଦେଶ, ଜାମ୍ମୁ-କାଶ୍ମୀର, ପଞ୍ଜାବ ଏବଂ ହରିୟାଣାରେ ଏବଂ ୧୧ରୁ ୧୩ ଜୁଲାଇକୁ ପୂର୍ବର୍ି ରାଜସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି