ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ
ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଏନବିଡବ୍ଲୁ ଆଧାରରେ ବଡଗଡ଼ ଥାନା ପୋଲିସ ଗିରଫ କରିଛି । କୋର୍ଟ ନିୟମ ଖିଲାପ କରିଥିବାରୁ ଜେଏମଏଫସି କୋର୍ଟ ଗିରଫ ନିର୍ଦ୍ଦେଶ ଦେଇଥିଲେ । ପାର୍ଥଙ୍କ ବିରୋଧରେ ଖାରବଳ ନଗର ଥାନାରେ ଅପହରଣ ଉଦ୍ୟମ, ହତ୍ୟା ଧମକ ଓ ଭିଡିଓ ଭାଇରାଲ
ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ


ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ଏନବିଡବ୍ଲୁ ଆଧାରରେ ବଡଗଡ଼ ଥାନା ପୋଲିସ ଗିରଫ କରିଛି । କୋର୍ଟ ନିୟମ ଖିଲାପ କରିଥିବାରୁ ଜେଏମଏଫସି କୋର୍ଟ ଗିରଫ ନିର୍ଦ୍ଦେଶ ଦେଇଥିଲେ ।

ପାର୍ଥଙ୍କ ବିରୋଧରେ ଖାରବଳ ନଗର ଥାନାରେ ଅପହରଣ ଉଦ୍ୟମ, ହତ୍ୟା ଧମକ ଓ ଭିଡିଓ ଭାଇରାଲ ଭଳି ସଙ୍ଗୀନ ଅଭିଯୋଗ ରହିଛି। ସେହି ମାମଲାର ଶୁଣାଣି ପାଇଁ କୋର୍ଟଙ୍କ ପକ୍ଷରୁ ବାରମ୍ବାର ସମନ ଆସିଥିଲେ ମଧ୍ୟ ହାଜର ହୋଇନଥିଲେ ପାର୍ଥସାରଥୀ । ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ । ଫଳରେ ଏବେ ପାର୍ଥସାରଥୀ ରାୟଙ୍କୁ ଗିରଫ କରିଛି ବଡଗଡ଼ ଥାନା ପୋଲିସ ।

ଓଡ଼ିଆ ଟେଲିଭିଜନ ଆଗଧାଡ଼ିର ନାୟକ ପାର୍ଥ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ତା’ ସହ କିଛି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟ ଦେଖିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande