ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)- ହରିୟାଣାର ଝଜ୍ଜର
ଜିଲ୍ଲାରେ ଆଜି ସକାଳ ୯:୦୪ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ ଏହାର ତୀବ୍ରତା ୪.୪
ରେକର୍ଡ କରାଯାଇଛି। ଏହି ସମୟରେ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଆସପାସର ଅଞ୍ଚଳରେ ମଧ୍ୟ ଭୂକମ୍ପର ତୀବ୍ର ଝଟକା ଅନୁଭବ
କରାଯାଇଛି। ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି।
କେନ୍ଦ୍ର ଅନୁସାରେ, ଝଜ୍ଜରରେ ଏହି ଭୂକମ୍ପ ୯:୦୪ ସକାଳରେ ଭୂପୃଷ୍ଠରୁ ୧୦
କିଲୋମିଟର ଗଭୀରତାରେ ହୋଇଥିଲା। ଏହାର ପୂର୍ବରୁ ୧୭ ଫେବୃଆରୀ ରେ ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ
ମଧ୍ୟ ଭୂକମ୍ପ ଅନୁଭବ କରାଯାଇଥିଲା, ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୪.୦ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା