ଆଧୁନିକ ବିଜ୍ଞାନ ସହିତ ବୈଦିକ ଜ୍ଞାନର ସମାବେଶ ଜରୁରୀ- ସର୍ବାନନ୍ଦ ସୋନୋୱାଲ
ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)- ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନି ଦିନିଆ ଭାରତୀୟ ଜ୍ଞାନ ପ୍ରଣାଳୀ ଶିକ୍ଷା ସମ୍ମିଳନୀରେ ଉପସ୍ଥିତ ଥିବା କେନ୍ଦ୍ରୀୟ ବନ୍ଦର, ଜହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଭାରତୀୟ ଜ୍ଞାନ ପ୍ରଣାଳୀକୁ ବିଶ୍ୱ ମଞ୍
ଆଧୁନିକ ବିଜ୍ଞାନ ସହିତ     ବୈଦିକ ଜ୍ଞାନର ସମାବେଶ ଜରୁରୀ- ସର୍ବାନନ୍ଦ ସୋନୋୱାଲ


ନୂଆଦିଲ୍ଲୀ, 10 ଜୁଲାଇ (ହି.ସ.)- ଜବାହରଲାଲ୍

ନେହେରୁ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନି ଦିନିଆ ଭାରତୀୟ ଜ୍ଞାନ ପ୍ରଣାଳୀ ଶିକ୍ଷା ସମ୍ମିଳନୀରେ

ଉପସ୍ଥିତ ଥିବା କେନ୍ଦ୍ରୀୟ ବନ୍ଦର, ଜହାଜ ଓ ଜଳମାର୍ଗ ମନ୍ତ୍ରୀ

ସର୍ବାନନ୍ଦ ସୋନୋୱାଲ୍ ଭାରତୀୟ ଜ୍ଞାନ ପ୍ରଣାଳୀକୁ ବିଶ୍ୱ ମଞ୍ଚରେ ସ୍ଥାପନ କରିବାର ଆବଶ୍ୟକତା

ଉପରେ ଜୋର ଦେଇଛନ୍ତି, ଯାହା ହଜାର ହଜାର ବର୍ଷର ପରମ୍ପରା ଓ ଆଧୁନିକ

ପ୍ରଯୁକ୍ତି ସହିତ ମିଶ୍ରଣକୁ ପ୍ରଦର୍ଶିତ କରେ। ସେ କହିଛନ୍ତି ଯେ, 10 ରୁ 12 ଜୁଲାଇ ପର୍ଯ୍ୟନ୍ତ ଚାଲିଥିବା ଏହି ସମ୍ମିଳନୀ ଭାରତୀୟ ଐତିହ୍ୟକୁ ଏକ ନୂଆ ଦିଗରେ

ନେଇଯିବା ପାଇଁ ଏକ ସୁଯୋଗ। ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ୍ ଧନଖଡ଼ ମଧ୍ୟ ଉପସ୍ଥିତ

ଥିଲେ।

ସୋନୋୱାଲ୍ ତାଙ୍କର

ସମ୍ବୋଧନରେ କହିଛନ୍ତି ଯେ, ଭାରତୀୟ ଜ୍ଞାନ ପ୍ରଣାଳୀ — ଯେଉଁଥିରେ ଗଣିତ, ଖଗୋଳ ବିଜ୍ଞାନ, ଆୟୁର୍ବେଦ ଓ ଦର୍ଶନ

ପରି କ୍ଷେତ୍ର ଅନ୍ତର୍ଗତ — ଏହାକୁ ଆଧୁନିକ ଶିକ୍ଷା ଓ ଶିଳ୍ପରେ ଏକତ୍ର କଲେ ବୈଶିକ

ଚ୍ୟାଲେଞ୍ଜ, ଯେପରିକି ଜଳବାୟୁ ପରିବର୍ତ୍ତନ ଓ ସ୍ଥିରତାର ସମାଧାନ ସମ୍ଭବ ହୋଇପାରିବ । ସେ ୟୁରୋପୀୟ ସାଂସ୍କୃତିକ ମାନଦଣ୍ଡର ପ୍ରଭୁତ୍ୱକୁ ଚ୍ୟାଲେଂଜ

ଦେଇ, ଭାରତୀୟ ଦୃଷ୍ଟିକୋଣକୁ ବୈଜ୍ଞାନିକ ସମୁଦାୟ ମଧ୍ୟରେ ଗୋଟିଏ ବିକଳ୍ପ

ଢାଞ୍ଚା ବା ଫ୍ରେମୱାର୍କ ଭାବରେ ପ୍ରସ୍ତୁତ କରିବା ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande