ଭୋପାଲ, 11 ଜୁଲାଇ (ହି.ସ.)
- ରାଷ୍ଟ୍ରୀୟ
ବିଭାଗୀୟ ସମ୍ମିଳନୀ ଆୟୁଷ ମନ୍ତ୍ରଣାଳୟ, ଭାରତ ସରକାର ଅଧୀନରେ
ରାଷ୍ଟ୍ରୀୟ ଆୟୁଷ ମିଶନ ସଂପର୍କିତ ନୀତିମୂଳକ ଡକ୍ୟୁମେଣ୍ଟ ପାଇଁ ଏକ ଆନ୍ତରାଜ୍ୟ ବୈଠକ ଆଜି, ଅର୍ଥାତ୍ ଶୁକ୍ରବାର ଦେଶର କେନ୍ଦ୍ର ସ୍ଥଳୀ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ହେବାକୁ
ଯାଉଛି। ବୈଠକରେ କେନ୍ଦ୍ରୀୟ ଆୟୁଷ ମନ୍ତ୍ରଣାଳୟର ଅଧିକାରୀମାନେ ସହ ବିଭିନ୍ନ ରାଜ୍ୟର ଆୟୁଷ
ବିଭାଗର ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିବେ।
ଏ ସମ୍ପର୍କରେ ଉପ-ନିର୍ଦେଶକ, ଜନସଂପର୍କ ବିଭାଗ ଜଣାଇଛନ୍ତି ଯେ ଏହି ବୈଠକର ଉଦ୍ଦେଶ୍ୟ ହେଉଛି – ଆୟୁଷ ଚିକିତ୍ସାକୁ ଚିକିତ୍ସାର ମୁଖ୍ୟ ଧାରାରେ ଆଣି ସାଧାରଣ ଲୋକଙ୍କୁ ଉଚ୍ଚ ମାନର ଆୟୁଷ
ଚିକିତ୍ସା ସୁବିଧା ଦେବା, ଏବଂ ଆୟୁଷ ବିଭାଗର ଢାଞ୍ଚାଗତ ବିକାଶ ଓ ଉଚ୍ଚ ଗୁଣସ୍ତରୀୟ
ମାନବ ସଂଶାଧନ ଉପଲବ୍ଧ କରାଇବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା