ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟ୍‌କା
ଶିମଲା, 11 ଜୁଲାଇ (ହି.ସ.) - ହିମାଚଳ ପ୍ରଦେଶରେ ମୌସୁମୀ ବର୍ଷା ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପାହାଡ଼ିଆ ଜିଲ୍ଲା ଚମ୍ବାରେ ଶୁକ୍ରବାର ସକାଳେ ଭୂକମ୍ପର ହାଲୁକା ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ 3.5 ରହିଛି । ସକାଳ 6ଟା 23ମିନିଟ
ହିମାଚଳ ପ୍ରଦେଶର ଚମ୍ବାରେ     ଭୂକମ୍ପ ଝଟ୍‌କା


ଶିମଲା, 11 ଜୁଲାଇ (ହି.ସ.)

- ହିମାଚଳ ପ୍ରଦେଶରେ ମୌସୁମୀ

ବର୍ଷା ମଧ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ପାହାଡ଼ିଆ ଜିଲ୍ଲା ଚମ୍ବାରେ ଶୁକ୍ରବାର ସକାଳେ

ଭୂକମ୍ପର ହାଲୁକା ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର୍ ସ୍କେଲରେ 3.5 ରହିଛି । ସକାଳ

6ଟା 23ମିନିଟ୍‌ରେ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅନୁଭବ ହୋଇଥିଲା। ଏହାର ପ୍ରଭାବ ଚମ୍ବା ଜିଲ୍ଲା

ଓ ତାହାର ଆଖପାଖ ଅଞ୍ଚଳରେ ଅନୁଭବ କରାଯାଇଛି।

ପାଣିପାଗ ବିଜ୍ଞାନ କେନ୍ଦ୍ର

ଶିମଲା ଅନୁସାରେ, ଭୂକମ୍ପର କେନ୍ଦ୍ର ଚମ୍ବାରେ 32.36 ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ

76.18 ଡିଗ୍ରୀ ପୂର୍ବ ଦେଶାଂତରରେ ଥିଲା, ଏବଂ ଏହାର ଗଭୀରତା

ଭୂପୃଷ୍ଠରୁ ପାଞ୍ଚ କିଳୋମିଟର ତଳେ ରେକର୍ଡ ହୋଇଛି। ଏହି ଭୂକମ୍ପ ଝଟ୍‌କା ଯୋଗୁ କୌଣସି

ପ୍ରକାରର ଜୀବନ ଓ ଧନ ସମ୍ପତ୍ତିର କ୍ଷତି ହୋଇନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande