ୟୁକ୍ରେନର ରାଜଧାନୀ କିଭ ଉପରେ ଆକାଶମାର୍ଗରୁ ଋଷର ଆକ୍ରମଣ, ଦୁଇ ମୃତ, 22 ଆହତ
କିଭ, 11 ଜୁଲାଇ (ହି.ସ.)- ଋଷ ଜୁଲାଇ 9 ସନ୍ଧ୍ୟା 6ଟାରୁ ୧୦ ଜୁଲାଇ ରାତି ସାରା ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ଜୋରଦାର ବିମାନ ଆକ୍ରମଣ ହୋଇଛି ଓ ଏହି ଆକ୍ରମଣରେ ଭିତ୍ତିଭୂମିକୁ ବ୍ୟାପକ ପହଞ୍ଚିଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଓ 22 ଜଣ ଆହତ ହେଇଛନ୍ତି। ୟୁକ
ୟୁକ୍ରେନର ରାଜଧାନୀ କିଭ     ଉପରେ ଆକାଶମାର୍ଗରୁ ଋଷର ଆକ୍ରମଣ, ଦୁଇ ମୃତ, 22 ଆହତ


କିଭ, 11 ଜୁଲାଇ (ହି.ସ.)- ଋଷ ଜୁଲାଇ 9 ସନ୍ଧ୍ୟା

6ଟାରୁ ୧୦ ଜୁଲାଇ ରାତି ସାରା ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ଜୋରଦାର ବିମାନ ଆକ୍ରମଣ ହୋଇଛି

ଓ ଏହି ଆକ୍ରମଣରେ ଭିତ୍ତିଭୂମିକୁ ବ୍ୟାପକ ପହଞ୍ଚିଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଓ 22

ଜଣ ଆହତ ହେଇଛନ୍ତି।

ୟୁକ୍ରେନର ଜାତୀୟ ସମ୍ବାଦ

ଏଜେନ୍ସି 'ୟୁକ୍ରିନଫର୍ମ' ଏହି ଖବର ଆଜି ସକାଳେ ପ୍ରସାରଣ

କରିଛି। ସମ୍ବାଦ ଅନୁସାରେ ରୁଷ ନିଜେ ବିଶେଷତଃ କିଭ୍‌କୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା।

ସେମାନେ ବ୍ରାଂସ୍କ,

ପ୍ରିମୋର୍ସ୍କୋ-ଅଖ୍ତରସ୍କ, କୁର୍ସ୍କ, ଓର୍ୟୋଲ ଓ ମିଲରୋଭୋରୁ ମୋଟ 397ଟି ୟୁଏଭିଦ୍ୱାରା ବିମାନ ଆକ୍ରମଣ କରିଛି। ବ୍ରାନ୍ସ୍କ ଅଞ୍ଚଳରୁ 8ଟି ଇସ୍କନ୍ଦର-ଏମ୍ ବ୍ୟାଲିଷ୍ଟିକ୍

ମିସାଇଲ୍ ମାଡ କରାଯାଇଛି । ଏହା ସହିତ ସାରାତୋଭ୍ ଅଞ୍ଚଳର ରୁଷ ଆକାଶମାର୍ଗରୁ 6ଟି କେଏଚ -101 କ୍ରୁଜ୍ ମିସାଇଲ୍ ଏବଂ କୁର୍ସ୍କ ଅଞ୍ଚଳରୁ 4ଟି ଏସ-300 ମିସାଇଲ୍ ମାଡ

କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande