ପଶିଲା ଶ୍ରାବଣ, ସାରାଦେଶରେ ଶିବ ମନ୍ଦିରରେ ହେଉଛି ଜଳାଭିଷେକ, କାଉଡିଆଙ୍କ ତୀର୍ଥଯାତ୍ରା ଆରମ୍ଭ
ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-ମହାଦେବଙ୍କ ଉପାସନା ପାଇଁ ପବିତ୍ର ମାସ ଶ୍ରାବଣ ଆଜିଠାରୁ ହୋଇଛି । ଏହା ସହିତ ପବିତ୍ର କାଉଡିଆ ତୀର୍ଥଯାତ୍ରା ଆରମ୍ଭ ମଧ୍ୟ ହୋଇଛି। ସାରା ଦେଶରେ ଲୋକମାନେ ସକାଳୁ ପବିତ୍ର ଜଳଧାରାରେ ବୁଡ ପକାଇ ଭଗବାନ ଶିବଙ୍କ ଉପରେ ଜଳାଭିଷେକ କରୁଛନ୍ତି
ପଶିଲା ଶ୍ରାବଣ, ସାରାଦେଶରେ     ଶିବ ମନ୍ଦିରରେ ହେଉଛି ଜଳାଭିଷେକ, କାଉଡିଆଙ୍କ ତୀର୍ଥଯାତ୍ରା ଆରମ୍ଭ


ନୂଆଦିଲ୍ଲୀ, 11 ଜୁଲାଇ (ହି.ସ.)-ମହାଦେବଙ୍କ ଉପାସନା

ପାଇଁ ପବିତ୍ର ମାସ ଶ୍ରାବଣ ଆଜିଠାରୁ ହୋଇଛି । ଏହା ସହିତ ପବିତ୍ର କାଉଡିଆ ତୀର୍ଥଯାତ୍ରା

ଆରମ୍ଭ ମଧ୍ୟ ହୋଇଛି। ସାରା ଦେଶରେ ଲୋକମାନେ ସକାଳୁ ପବିତ୍ର ଜଳଧାରାରେ ବୁଡ ପକାଇ ଭଗବାନ

ଶିବଙ୍କ ଉପରେ ଜଳାଭିଷେକ କରୁଛନ୍ତି। ଶିବମନ୍ଦିର ଓ ଅନ୍ୟ ହିନ୍ଦୁ ମନ୍ଦିରଗୁଡ଼ିକ “ହର ହର ଗଙ୍ଗେ” ଓ “ହର ହର ମହାଦେବ”

ର ଧ୍ୱନିରେ ଗୁଞ୍ଜରିତ ଉଠିଛି। ଶ୍ରାବଣ ଭାରତୀୟ ଜୀବନ

ଓ ଲୋକପରମ୍ପରାରେ ଅତ୍ୟନ୍ତ ପବିତ୍ର ଓ ଉଲ୍ଲାସମୟ ମାସ ଅଟେ। ଏହା ଲୋକମଙ୍ଗଳର କାମନା ଓ ଅନ୍ନ

ଉତ୍ପାଦନର ଆଧାର ମାସ ମଧ୍ୟ ଅଟେ।

ମଧ୍ୟପ୍ରଦେଶର ଉଜ୍ଜୟିନ୍ ସ୍ଥିତ

ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ଶ୍ରାବଣ ମାସର ପ୍ରଥମ ଦିନ ଶୁକ୍ରବାର

ସକାଳେ ମହାକାଳେଶ୍ୱର ମନ୍ଦିରରେ ଜଳାଭିଷେକ ପାଇଁ ଲୋକମାନେ ଲମ୍ବା ଳାଇନରେ ରହିଛନ୍ତି।

ମନ୍ଦିରରେ ରୁଦ୍ରାଭିଷେକ ସମ୍ପନ୍ନ ହୋଇଛି। ରୁଦ୍ରାଭିଷେକ ସମୟରେ ଭଗବାନ ଶିବଙ୍କୁ ଦୁଧ,

ଦହି ଓ ମଧୁ ଅର୍ପିତ କରାଯାଇଛି। ଏଠାରେ ପୁଜାରୀମାନେ ବେଦମନ୍ତ୍ର

ଉଚ୍ଚାରଣ କରୁଛନ୍ତି। ଏହିଥର ପବିତ୍ର ଶ୍ରାବଣ ମାସ ୯ ଅଗଷ୍ଟରେ ଶେଷ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande