ଅଗଷ୍ଟ ୧୦ରେ କଳିଙ୍ଗରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍‌
ଅଂଶଗ୍ରହଣ କରିବେ ୧୦ରୁ ଅଧିକ ଦେଶ, ୧୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) -ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କର
ଅଗଷ୍ଟ ୧୦ରେ କଳିଙ୍ଗରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍‌


ଅଂଶଗ୍ରହଣ କରିବେ ୧୦ରୁ ଅଧିକ ଦେଶ, ୧୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ

ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) -ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ)। ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରାଯିବ। ଶୁକ୍ରବାର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପ୍ରତିଯୋଗିତା ସମ୍ବନ୍ଧୀୟ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ବିଶ୍ୱ ସ୍ତରୀୟ ଆଥଲେଟିକ୍ ପ୍ରତିଯୋଗିତାର ଆୟୋଜନ କରାଯିବ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଦିନ ୱାର୍ଲଡ଼ ଆଥଲେଟିକ୍ କଂଟିନେଂଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାର ଆୟୋଜନ କରାଯିବ। ପ୍ରତିଯୋଗିତାରେ ଭାରତ, ତୁର୍କମେନିସ୍ତାନ, ଭୁଟାନ୍‌, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ମାଲେସିଆ, ଇରାକ୍‌, ଭିଏତ୍‌ନାମ, ରିପବ୍ଲିକ ଅଫ୍ କାମେରୁନ୍‌, ଶ୍ରୀଲଙ୍କା, ଇରାନ୍ ଏବଂ ମାଳଦ୍ୱୀପ ଆଦି ୧୦ରୁ ଅଧିକ ଦେଶର କ୍ରୀଡ଼ାବିତ୍ ମାନେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାରେ ୧୫୦ରୁ ଉର୍ଦ୍ଧ୍ୱ କ୍ରୀଡ଼ାବିତମାନେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ସମୁଦାୟ ୨୦ଟି ଇଭେଂଟର ଆୟୋଜନ କରାଯିବ।

ଓଡ଼ିଶାରେ ପ୍ରଥମ ଥର ପାଇଁ ୱାଲର୍ଡ଼ ଆଥଲେଟିକ କଂଟିନେଂଟାଲ ଟୁର୍ ର ଆୟୋଜନ ହେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହି ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱ ସ୍ତରୀୟ କ୍ରୀଡ଼ା ଭିତିଭୂମି ପ୍ରଦାନ କରିବା ଠାରୁ ଆରମ୍ଭ କରି ପ୍ରତିଯୋଗିତାରେ ଭାଗନେଉଥିବା ଖେଳାଳୀମାନଙ୍କର ସୁରକ୍ଷିତ ରହଣି, ଆତିଥ୍ୟ ଠାରୁ ନେଇ ଲଜିଷ୍ଟିକ୍ସ ପର୍ଯ୍ୟନ୍ତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି। ଏଥିସହ ବିଶ୍ୱ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଓଡ଼ିଶାର କ୍ରୀଡ଼ାବିତ୍ ମାନେ ମଧ୍ୟ ନିକଟ ଅତୀତରେ ଆୟୋଜିତ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ୱାଲର୍ଡ଼ ଆଥଲେଟିକ କଂଟିନେଂଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶାର କ୍ରୀଡ଼ାବିତ୍ ମାନେ ଭଲ ପ୍ରଦର୍ଶନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି।

ୱାଲର୍ଡ଼ ଆଥଲେଟିକ କଂଟିନେଂଟାଲ ଟୁର୍ (ବ୍ରୋଞ୍ଜ ଲେଭେଲ) ପ୍ରତିଯୋଗିତାରେ ଭାରତ ସମେତ ବହୁ ଦେଶର କ୍ରୀଡ଼ାବିତ୍ ମାନେ ଅଂଶଗ୍ରହଣ କରିବେ। ଓଡ଼ିଶାରେ ଏହି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରାଯିବ ବୋଲି ଆଥଲେଟିକ୍ସ ଫେଡ଼େରେସନ୍ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ସନ୍ଦୀପ ମେହତା ମତପ୍ରକାଶ କରିଛନ୍ତି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା, ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଥଲେଟିକ୍ସ ଫେଡ଼େରେସନ୍ ଅଫ ଇଣ୍ଡିଆର ଟ୍ରେଜେରର ବି.ଇ ସ୍େଟନଲି ଜୋନ୍ସ ପ୍ରମୁଖ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande