ତାଇୱାନ ଚାରିପାଖରେ ସାମରିକ କାର୍ଯ୍ୟକଳାପକୁ ତୀବ୍ର କଲା ଚୀନ, ନଅଟି ବିମାନ ଏଡିଆଇଜେଡରେ ପ୍ରବେଶ
ତାଇପେ, (ତାଇୱାନ),12 ଜୁଲାଇ(ହି.ସ)-ଚୀନ ପୁଣି ଥରେ ତାଇୱାନ ଚାରିପାଖରେ ସାମରିକ କାର୍ଯ୍ୟକଳାପକୁ ତୀବ୍ର କରିଛି। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଶନିବାର ସକାଳ 6ଟା (ସ୍ଥାନୀୟ ସମୟ) ସୁଦ୍ଧା ତାଇୱାନ ଚାରିପାଖରେ 14ଟି ଚୀନ୍ ସାମରିକ
ତାଇୱାନ ଚାରିପାଖରେ ସାମରିକ କାର୍ଯ୍ୟକଳାପକୁ ତୀବ୍ର କଲା ଚୀନ, ନଅଟି ବିମାନ ଏଡିଆଇଜେଡରେ ପ୍ରବେଶ


ତାଇପେ, (ତାଇୱାନ),12

ଜୁଲାଇ(ହି.ସ)-ଚୀନ ପୁଣି ଥରେ ତାଇୱାନ ଚାରିପାଖରେ ସାମରିକ

କାର୍ଯ୍ୟକଳାପକୁ ତୀବ୍ର କରିଛି। ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଶନିବାର

ସକାଳ 6ଟା (ସ୍ଥାନୀୟ ସମୟ)

ସୁଦ୍ଧା ତାଇୱାନ ଚାରିପାଖରେ 14ଟି ଚୀନ୍ ସାମରିକ

ବିମାନ, ନଅଟି ନୌସେନା

ଜାହାଜ ଏବଂ ଗୋଟିଏ ସରକାରୀ ଜାହାଜର କାର୍ଯ୍ୟକଳାପ ଚିହ୍ନଟ କରିଛି। ଏହି 14ଟି ସାମରିକ ବିମାନ

ମଧ୍ୟରୁ ନଅଟି ମଧ୍ୟମା ରେଖା ଅତିକ୍ରମ କରି ତାଇୱାନର ଉତ୍ତର ଏବଂ ପୂର୍ବ ବାୟୁ ପ୍ରତିରକ୍ଷା

ଚିହ୍ନଟ କ୍ଷେତ୍ର (ଏ଼ଡିଆଇଜେଡ)ରେ ପ୍ରବେଶ ମଧ୍ୟ କରିଛି।ତାଇୱାନର

ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ X ପୋଷ୍ଟରେ ଏହି ସୂଚନା ସେୟାର କରିଛି। ମନ୍ତ୍ରାଳୟ କହିଛି ଯେ ତାଇୱାନର

ସଶସ୍ତ୍ର ବାହିନୀ ପରିସ୍ଥିତି ଉପରେ ନଜର ରଖିଛି। ସେମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

କରିଛନ୍ତି। ସାମରିକ ବିମାନ, ନୌସେନା ଜାହାଜ ଏବଂ

ଉପକୂଳ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ନିୟୋଜିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande