ନକଲି କଲ୍ ସେଂଟର ମାଧ୍ୟମରେ ଆମେରିକୀୟ ନାଗରିକଙ୍କ ଠକେଇ ମାମଲାରେ ଦୁଇ ଜଣଙ୍କୁ କରାଯାଇଛି ଗିରଫ
ନୂଆଦିଲ୍ଲୀ/ମୁମ୍ବାଇ, ଜୁଲାଇ ୧୨ (ହିସ)- ପୁନେ ସ୍ଥିତ ଏକ ନକଲି କଲ୍ ସେଂଟର ମାଧ୍ୟମରେ ଆମେରିକୀୟ ନାଗରିକଙ୍କଠାରୁ ଲକ୍ଷ ଲକ୍ଷ ଡଲାର ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି। ମ୍ୟାଗନେଟେଲ୍ ବିପିଏସ୍ କନସଲଟାନ୍ସି ୍ ଏବଂ ଏଲଏଲପି ବିରୁ
ନକଲି କଲ୍ ସେଂଟର ମାଧ୍ୟମରେ ଆମେରିକୀୟ ନାଗରିକଙ୍କ ଠକେଇ ମାମଲାରେ ଦୁଇ ଜଣଙ୍କୁ କରାଯାଇଛି ଗିରଫ


ନୂଆଦିଲ୍ଲୀ/ମୁମ୍ବାଇ, ଜୁଲାଇ ୧୨ (ହିସ)- ପୁନେ ସ୍ଥିତ ଏକ ନକଲି କଲ୍ ସେଂଟର ମାଧ୍ୟମରେ ଆମେରିକୀୟ ନାଗରିକଙ୍କଠାରୁ ଲକ୍ଷ ଲକ୍ଷ ଡଲାର ଠକେଇ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଦୁଇ ଜଣଙ୍କୁ ଗିରଫ କରିଛି। ମ୍ୟାଗନେଟେଲ୍ ବିପିଏସ୍ କନସଲଟାନ୍ସି ୍ ଏବଂ ଏଲଏଲପି ବିରୁଦ୍ଧରେ ସାଇବର ଠକେଇ ସହ ଜଡିତ ମାମଲାରେ ଅହମ୍ମଦାବାଦ, ଜୟପୁର, ଜବଲପୁର ଏବଂ ପୁଣେରେ ଚଢାଉ ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ଗିରଫଦାରୀ କରିଛି।

ପ୍ରବର୍ତନ ନିର୍ଦ୍ଦେଶାଳୟ ଏକ ବିବୃତିରେ କହିଛି ଯେ ଇଡି ମୁମ୍ବାଇ ମ୍ୟାଗନେଟେଲ୍ ବିପିଏସ୍ କନସଲଟାନ୍ସି ୍ ଏବଂ ଏସଏସପି ର ସାଇବର ଠକେଇ କାର୍ଯ୍ୟକଳାପର ତଦନ୍ତ ସହିତ ଜଡିତ ଅହମ୍ମଦାବାଦ, ଜୟପୁର, ଜବଲପୁର ଏବଂ ପୁନେରେ ଅବସ୍ଥିତ ଅନେକ ପରିସରରେ ଘନ ତଲାସୀ ଅଭିଯାନ ଚଳାଇଛି ଏବଂ ଏହା ସହିତ ଜଡିତ ଦୁଇ ଜଣଙ୍କୁ ଗିରଫ କରିଛି।

ସଂସ୍ଥା କହିଛି ଯେ ମ୍ୟାଗନେଟେଲ୍ ବିପିଏସ୍ କନସଲଟାନ୍ସି ୍ ଏବଂ ଏଲଏଲପି ଏକ ନକଲି ଋଣ ଯୋଜନା ମାଧ୍ୟମରେ ଆମେରିକୀୟ ନାଗରିକଙ୍କୁ ଟାର୍ଗେଟ କରୁଥିଲା। ଏହି ସର୍ଚ୍ଚ ଅପରେସନ୍ ସମୟରେ,ଇଡି ଅଧିକାରୀମାନେ ୭ କିଲୋ ସୁନା, ୬୨ କିଲୋ ରୂପା, ୧.୧୮ କୋଟି ଟଙ୍କା ନଗଦ, ୯.୨ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତିର କାଗଜପତ୍ର ଏବଂ ଏକ ନକଲି କଲ୍ ସେଂଟର ପରିଚାଳନା ସହିତ ଜଡିତ ଡିଜିଟାଲ୍ ପ୍ରମାଣ ଜବତ କରିଛନ୍ତି। ଏଜେନ୍ସି କହିଛି ଯେ ମେସର୍ସ ମ୍ୟାଗନେଟେଲ୍ ବିପିଏସ୍ କନସଲଟାନ୍ସି ୍ ଏବଂ ଏଲଏଲପିର ଦୁଇ ଅଂଶୀଦାର, ସଞ୍ଜୟ ମୋରେ ଏବଂ ଅଜିତ ସୋନିଙ୍କୁ ଜୟପୁରରୁ ଗିରଫ କରାଯାଇଛି।

------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande