କାଲକାଜି ଅଂଚଳରେ ଦୁଇ ଜଣଙ୍କୁ ଗୁଳି, ଚାଲିଛି ତଦନ୍ତ
ନୂଆଦିଲ୍ଲୀ, ୧୨ ଜୁଲାଇ (ହି.ସ.)- ଦକ୍ଷିଣ ପୂର୍ବ ଜିଲ୍ଲାର କାଲକାଜି ମୁଖ୍ୟ ବଜାରରେ ଥିବା ଟି-ପଏଂଟରେ ଗୁଳିକାଣ୍ଡ ହୋଇଥିବା ସୂଚନା ପାଇ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା। ରାତି ୧୧:୧୫ ରେ ପିସିଆର କଲ୍ ମାଧ୍ୟମରେ ଖବର ଦିଆଯାଇଥିଲା ଯେ ଦୁଇ ଯୁବକଙ୍କୁ ଗୁଳି କରାଯାଇଛି। ମାମଲାର ସୂଚନା ପାଇବା ମାତ୍ରେ
କାଲକାଜି ଅଂଚଳରେ ଦୁଇ ଜଣଙ୍କୁ ଗୁଳି, ଚାଲିଛି ତଦନ୍ତ


ନୂଆଦିଲ୍ଲୀ, ୧୨ ଜୁଲାଇ (ହି.ସ.)- ଦକ୍ଷିଣ ପୂର୍ବ ଜିଲ୍ଲାର କାଲକାଜି ମୁଖ୍ୟ ବଜାରରେ ଥିବା ଟି-ପଏଂଟରେ ଗୁଳିକାଣ୍ଡ ହୋଇଥିବା ସୂଚନା ପାଇ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା। ରାତି ୧୧:୧୫ ରେ ପିସିଆର କଲ୍ ମାଧ୍ୟମରେ ଖବର ଦିଆଯାଇଥିଲା ଯେ ଦୁଇ ଯୁବକଙ୍କୁ ଗୁଳି କରାଯାଇଛି। ମାମଲାର ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ଯୁବକମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତି କରିଛି।

ଆହତଙ୍କ ପରିଚୟ ଓଖଲା ନିବାସି ଦେବ ମଲିକ (୨୦) ଏବଂ ତୁଗଲକାବାଦ ଏକ୍ସଟେନସନର ନିର୍ଭୟ ଭାଟି (୨୪) ଭାବରେ ଚିହ୍ନଟ କରାଯାଇଛି। ଦକ୍ଷିଣ ପୂର୍ବ ଜିଲ୍ଲା ଡିସିପି ହେମନ୍ତ ତିୱାରୀଙ୍କ ଅନୁଯାୟୀ, ପୋଲିସ ଉଭୟ ଆହତଙ୍କ ବୟାନ ନେବାକୁ ଚେଷ୍ଟା କରିଥିଲା। କିନ୍ତୁ ଉଭୟ ବର୍ତମାନ ବୟାନ ଦେବାକୁ ମନା କରିଦେଇଥିଲେ ଏବଂ କହିଥିଲେ ଯେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେମାନେ ପୋଲିସ ଷ୍ଟେସନକୁ ଆସି ବୟାନ ଦେବେ ଏବଂ ଘଟଣାସ୍ଥଳ ଚିହ୍ନଟ କରିବେ।

ଡିସିପିଙ୍କ ଅନୁଯାୟୀ, ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ପରେ କୌଣସି ପ୍ରକାରର ଗୁଳିକାଣ୍ଡ ନିଶ୍ଚିତ ହୋଇନାହିଁ। ଘଟଣାସ୍ଥଳରୁ କୌଣସି ଖାଲି ଖୋକା ମଧ୍ୟ ଉଦ୍ଧାର କରାଯାଇ ନାହିଁ। ପିସିଆର କଲରେ ଉଲ୍ଲେଖ କରାଯାଇଥିବା ସ୍ଥାନର ସିସିଟିଭି ଫୁଟେଜର ତଦନ୍ତ ଚାଲିଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande