ପାଟନା, ଜୁଲାଇ 12 (ହି.ସ)-କେନ୍ଦ୍ରମନ୍ତ୍ରୀ
ଏବଂ ଲେଜପା (ରା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାସୱାନଙ୍କୁ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ 20 ଜୁଲାଇ ସୁଦ୍ଧା ବୋମା
ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଜମୁଇ ସାଂସଦ ଏବଂ ଚିରାଗ ପାସୱାନଙ୍କ ଶାଳକ ଏକ୍ସ-ପୋଷ୍ଟରେ ଏଥିପାଇଁ ରାଜଦ ଉପରେ ଅଭିଯୋଗ
କରିଛନ୍ତି। ପାଟନାର ସାଇବର ପୋଲିସ ଷ୍ଟେସନରେ ଲେଜପା (ରା) ମୁଖ୍ୟ ମୁଖପାତ୍ର ରାଜେଶ ଭଟ୍ଟ ଏହି
ସମ୍ପର୍କରେ ଏକ ଏଫଆଇଆର ଦାଖଲ କରିଛନ୍ତି। ଚିରାଗଙ୍କୁ ଧମକ ମିଳିବା ପରେ ଦଳରେ ଉତ୍ତେଜନା
ପ୍ରକାଶ ପାଇଛି। ଭଟ୍ଟ କହିଛନ୍ତି ଯେ ୟୁଟ୍ୟୁବର ଦକ୍ଷପ୍ରିୟାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର
ମନ୍ତବ୍ୟ ବିଭାଗରେ, ଟାଇଗର ମେରାଜ ଇଦିସୀ
ଚିରାଗ ପାସୱାନଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି। ସେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ
ତୁରନ୍ତ ଗିରଫ କରିବାକୁ ପୋଲିସକୁ ଦାବି କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା