ଏୟାର ଇଣ୍ଡିଆର ଅହମଦାବାଦ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟ ଜାରି କଲା ଏଏଆଇବି
ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.) -ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଅହମଦାବାଦରେ ଘଟିଥିବା ଏୟାର୍ ଇଣ୍ଡିଆ (ଏଆଇ 171) ଦୁର୍ଘଟଣା ସଂପର୍କିତ ତାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି। ଏୟାର୍ ଇଣ୍ଡିଆ 15 ପୃଷ୍ଠା ବିଶିଷ୍ଟ ଏହି ପ୍ରାରମ୍ଭିକ ରିପୋର୍ଟ ମିଳିଥିବାର ସୂଚନା ଦେଇଛି।
ବିମାନ


ନୂଆଦିଲ୍ଲୀ, 12 ଜୁଲାଇ (ହି.ସ.)

-ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଅହମଦାବାଦରେ ଘଟିଥିବା ଏୟାର୍

ଇଣ୍ଡିଆ (ଏଆଇ 171) ଦୁର୍ଘଟଣା ସଂପର୍କିତ ତାର ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି। ଏୟାର୍

ଇଣ୍ଡିଆ 15 ପୃଷ୍ଠା ବିଶିଷ୍ଟ ଏହି ପ୍ରାରମ୍ଭିକ ରିପୋର୍ଟ ମିଳିଥିବାର ସୂଚନା ଦେଇଛି। ଏୟାର୍

ଇଣ୍ଡିଆ ତାର ଏକ୍ସହ୍ୟାଣ୍ଡେଲରେ କହିଛି ଯେ, “ଏୟାର୍ ଇଣ୍ଡିଆ (ଏଆଇ171)

ଦୁର୍ଘଟଣାରେ ପ୍ରଭାବିତ ପରିବାରଗୁଡ଼ିକ ଓ ଅନ୍ୟ ଲୋକମାନଙ୍କ ସହିତ ଆମେ ଏକଜୁଟ ହୋଇ ରହିଛୁ ।

ଆମେ ଏହି କ୍ଷତିକୁ ନେଇ ଗଭୀର ଶୋକ ପ୍ରକାଶ କରୁଛୁ ଓ ଏହି କଠିନ ସମୟରେ ସମ୍ପୂର୍ଣ୍ଣ ଭାବେ ସହାୟତା

ପ୍ରଦାନ କରିବାକୁ ପ୍ରତିବଦ୍ଧ।”

ବିମାନ କମ୍ପାନୀ କହିଛି, “ଜୁଲାଇ 12ରେ ବିମାନ ଦୁର୍ଘଟଣା ତଦନ୍ତ

ବ୍ୟୁରୋ ଦ୍ୱାରା ପ୍ରକାଶିତ ପ୍ରାରମ୍ଭିକ ରିପୋର୍ଟ ଆମକୁ ମିଳିଛି। ଏୟାର୍ ଇଣ୍ଡିଆ ନିୟାମନ ସହିତ

ହିତଧାରକମାନଙ୍କ ସହିତ ମିଶିକରି କାମ କରୁଛି। ଆମେ ଏଏଆଇବିଓ

ଅନ୍ୟ ପ୍ରାଧିକାରୀମାନଙ୍କ ସହିତ ତାଙ୍କର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବୁ। ତଦନ୍ତର ସକ୍ରିୟ

ସ୍ୱଭାବକୁ ଦୃଷ୍ଟିରେ ରଖି, ଆମେ ଏବେ କୌଣସି ନିର୍ଦ୍ଦିଷ୍ଟ ବିବରଣୀ

ଉପରେ ମନ୍ତବ୍ୟ କରିପାରୁନାହିଁ। ଆମେ ସମସ୍ତ ବିବରଣୀ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋକୁ

ପ୍ରେରଣ କରୁଛୁ।”

ଏଠାରେ ଉଲ୍ଲେଖନୀୟ ଯେ, ଗୁଜରାଟର ଅହମଦାବାଦରେ ଘଟିଥିବା ଏହି

ଭୟାବହ ବିମାନ ଦୁର୍ଘଟଣାରେ ୨୬୦ ଜଣ ମୃତ୍ୟୁବରଣ କରିଥିଲେ, ଯେଉଁଥିରେ ୨୨୯ ଜଣ ଯାତ୍ରୀ,

୧୨ ଜଣ

ଚାଳକ ଦଳର ସଦସ୍ୟ ଓ ୧୯ ଜଣ ତଳେ ଥିବା ଲୋକ ଅନ୍ତର୍ଭୁକ୍ତ ଥିଲେ।

ଏହି ରିପୋର୍ଟରେ ଉଡ଼ାଣ ଆରମ୍ଭ ହେବା ପରେ ମାତ୍ର ୯୦ ସେକେଣ୍ଡ ମଧ୍ୟରେ ଘଟିଥିବା ଭୟାନକ

ଘଟଣାକ୍ରମର ବିବରଣୀ ଦିଆଯାଇଛି। ବିମାନ ଉପରକୁ ଉଠୁଥିବା ସମୟରେ ଦୁଇଟି ଇଞ୍ଜିନ୍ ଅପ୍ରତ୍ୟାଶିତ

ଭାବରେ ବନ୍ଦ ହୋଇଯାଇଥିଲା। ଏହାର ଫଳରେ ବିମାନର ଥ୍ରଷ୍ଟ ବହୁତ କମ୍ ହୋଇଯାଇଥିଲା ଓ ବିମାନ

ଦ୍ରୁତ ଗତିରେ ତଳକୁ ଢଳିଯିବା ଆରମ୍ଭ କରିଥିଲା।

ଏହି ବିମାନ ଦୁର୍ଘଟଣାର ଅନ୍ତିମ ରିପୋର୍ଟ କିଛି ମାସ ଭିତରେ ଆସିବାର ଆଶା ରହିଛି। ଏହି

ଦୁର୍ଘଟଣା ୧୨ ଜୁନ ତାରିଖରେ ଘଟିଥିଲା ଓ ଏହାକୁ ଭାରତର ନିକଟତମ ଇତିହାସରେ ସବୁଠୁ ଘାତକ ବିମାନ

ଦୁର୍ଘଟଣା ବୋଲି କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande