ବିହାରରେ ଭୋଟର ତାଲିକା ସଂଶୋଧନ ସମୟରେ ବହୁ ସଂଖ୍ୟାରେ ବିଦେଶୀ ନାଗରିକ ମିଳିଛନ୍ତି
ନୂଆଦିଲ୍ଲୀ, ୧୩ ଜୁଲାଇ (ହି.ସ.) - ବିହାରରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଏସଆଇଆର) ସମୟରେ ବହୁ ସଂଖ୍ୟକ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ଏହି ସୂଚନା ଯେଉଁମାନେ ଘର ଘର ଯାଂଚ କରୁଛନ୍ତି ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ମାଧ୍ୟମରେ ସାମନାକୁ ଆସିଛି । ନିର୍ବାଚନ କମିଶ
ବିହାରରେ ଭୋଟର ତାଲିକା ସଂଶୋଧନ ସମୟରେ ବହୁ ସଂଖ୍ୟାରେ ବିଦେଶୀ ନାଗରିକ ମିଳିଛନ୍ତି


ନୂଆଦିଲ୍ଲୀ, ୧୩ ଜୁଲାଇ (ହି.ସ.) - ବିହାରରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (ଏସଆଇଆର) ସମୟରେ ବହୁ ସଂଖ୍ୟକ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ଏହି ସୂଚନା ଯେଉଁମାନେ ଘର ଘର ଯାଂଚ କରୁଛନ୍ତି ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କ ମାଧ୍ୟମରେ ସାମନାକୁ ଆସିଛି । ନିର୍ବାଚନ କମିଶନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିହାରରେ ଭୋଟର ତାଲିକା ଅପଡେଟ୍ କରିବାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମୟରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଘର ଘର ଯାଂଚ ସମୟରେ ନେପାଳ, ବାଂଲାଦେଶ ଏବଂ ମିଆଁମାରର ବହୁ ସଂଖ୍ୟକ ନାଗରିକଙ୍କୁ ପାଇଛନ୍ତି । ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ ୧ ଅଗଷ୍ଟ ପରେ ଉଚିତ ଯାଂଚ ସମ୍ପୂର୍ଣ୍ଣ ହେବା ପରେ ଏମାନଙ୍କ ନାମ ୩୦ ସେପ୍ଟେମ୍ବରରେ ପ୍ରକାଶିତ ହେବାକୁ ଥିବା ଅନ୍ତିମ ତାଲିକାରେ ସାମିଲ କରାଯିବ ନାହିଁ ।

ହିନ୍ଦୁସ୍ଥାନ ସମାଚାର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande