• ଉନ୍ନତ ସୁରକ୍ଷା ପାଇଁ ସମସ୍ତ ୭୪ହଜାରବଗି ଏବଂ ୧୫ ହଜାର ଲୋକୋମୋଟିଭ୍ରେ ଲାଗିବସିସିଟିଭିକ୍ୟାମେରା
ନୂଆଦିଲ୍ଲୀ, 13 ଜୁଲାଇ (ହି.ସ.)
ସବୁଟ୍ରେନ୍ ବଗିରେ ସିସିଟିଭି କ୍ୟାମେରା ଲଗାଇବାକୁ ରେଳବାଇ ନିଷ୍ପତ୍ତିନେଇଛି । ପରୀକ୍ଷାମୂଳକ ଭାବରେ ଯାତ୍ରୀବାହୀ ଟ୍ରେନ ବଗିରେ ସିସିଟିଭି କ୍ୟାମେରା ସ୍ଥାପନର ସକାରାତ୍ମକ ଫଳାଫଳକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି । ଏହି ପଦକ୍ଷେପ ଯାତ୍ରୀଙ୍କ ସୁରକ୍ଷାରେ ଉଲ୍ଲେଖନୀୟ ଉନ୍ନତି ଆଣିବ। ଏହାଦ୍ୱାରା ଟ୍ରେନରେ ଅପରାଧ ଘଟାଉଥିବା ଦୁର୍ବୃତ୍ତ ଏବଂ ସଂଗଠିତ ଅପରାଧୀଦଳଙ୍କଠାରୁ ସରଳ ଯାତ୍ରୀଙ୍କୁ ସୁରକ୍ଷା ଦିଆଯାଇପାରିବ । କ୍ୟାମେରା ଲାଗିବା ପରେ ଏପରି ଘଟଣା ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାତ୍ରୀଙ୍କ ଗୋପନୀୟତା ରକ୍ଷା କରିବା ପାଇଁବଗିଦ୍ୱାର ନିକଟରେ ଥିବାସର୍ବସାଧାରଣ ଯାତାୟାତ କ୍ଷେତ୍ରରେ ସିସିଟିଭିକ୍ୟାମେରା ସଂଯୋଗ କରାଯିବ।
କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରବନୀତ ସିଂହ ବିଟ୍ଟୁ ଲୋକୋମୋଟିଭ୍ ଏବଂ ବଗିରେ ସିସି ଟିଭି କ୍ୟାମେରା ସଂଯୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ୧୨ ଜୁଲାଇ, ୨୦୨୫ ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ରେଳ ବୋର୍ଡର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
ରେଳ ଅଧିକାରୀମାନେବୈଠକରେକହିଥିଲେ, ଉତ୍ତର ରେଳବାଇର ଲୋକୋ ଇଞ୍ଜିନ୍ ଏବଂ ବଗିରେ କ୍ୟାମେରାଲଗାଇବାରସଫଳ ପରୀକ୍ଷଣ କରାଯାଇଛି।ଏହାକୁଆଧାରକରି କେନ୍ଦ୍ର ରେଳମନ୍ତ୍ରୀ ସମସ୍ତ ୭୪ ହଜାରବଗିଏବଂ ୧୫ ହଜାର ଲୋକୋମୋଟିଭ୍ରେ ସିସି ଟିଭିକ୍ୟାମେରା ଲଗାଇବାକୁ ଅନୁମତି ଦେଇଛନ୍ତି। ପ୍ରତ୍ୟେକ ରେଳ ବଗିରେ ୪ଟି ଡୋମ୍ ସିସି ଟିଭିକ୍ୟାମେରା ଲଗାଯିବ। ପ୍ରତ୍ୟେକ ପ୍ରବେଶ ପଥରେ ୨ଟି ଏବଂ ପ୍ରତ୍ୟେକ ଲୋକୋମୋଟିଭ୍ରେ ୬ଟି ସିସି ଟିଭିକ୍ୟାମେରା ଲାଗିବ। ଏଥିରେ ଲୋକୋମୋଟିଭ୍ର ଆଗ, ପଛ ଏବଂ ଉଭୟ ପାର୍ଶ୍ୱରେ ଗୋଟିଏଲେଖାଏଁ କ୍ୟାମେରା ରହିବ। ପ୍ରତ୍ୟେକ କ୍ୟାବ୍ରେ (ଆଗଏବଂ ପଛ) ଗୋଟିଏ ଡୋମ୍ ସିସି ଟିଭିକ୍ୟାମେରା ଲଗାଯିବ ଏବଂ ଡେସ୍କରେ ୨ଟି ମାଇକ୍ରୋଫୋନ୍ ଲଗାଯିବ।
ଅଧିକାରୀମାନେ କହିଥିଲେ, ସର୍ବୋତ୍କୃଷ୍ଟ ମାନର ଏବଂ ଏସଟିକ୍ୟୁସିପ୍ରମାଣିତ ସିସିଟିଭି କ୍ୟାମେରାଗୁଡ଼ିକ ଲଗାଯିବ। କେନ୍ଦ୍ର ରେଳମନ୍ତ୍ରୀ ସର୍ବୋତ୍ତମ ଉପକରଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ରେଳ ଅଧିକାରୀମାନଙ୍କୁ ୧୦୦କିଲୋମିଟରରୁ ଅଧିକ ବେଗରେ ଏବଂ କମ୍ ଆଲୋକ ପରିସ୍ଥିତିରେ ଚାଲୁଥିବା ଟ୍ରେନ୍ ଗୁଡ଼ିକର ଉଚ୍ଚମାନର ଫୁଟେଜ୍ ରେକର୍ଡକରିବାନିଶ୍ଚିତ କରିବାକୁ ପରାମର୍ଶଦେଇଥିଲେ। କେନ୍ଦ୍ର ରେଳମନ୍ତ୍ରୀ ଇଣ୍ଡିଆଏଆଇ ମିଶନ୍ ସହିତ ସହଯୋଗରେ ସିସିଟିଭି କ୍ୟାମେରା ଦ୍ୱାରା କଏଦ ହୋଇଥିବା ତଥ୍ୟ ଉପରେ ଏଆଇର ବ୍ୟବହାର ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।
ବଗିଗୁଡ଼ିକର ସାଧାରଣ ଗତିବିଧି କ୍ଷେତ୍ରରେ କ୍ୟାମେରା ଲଗାଇବାର ଲକ୍ଷ୍ୟ ହେଉଛି ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଉନ୍ନତ କରିବା। ଗୋପନୀୟତାକୁ ଧ୍ୟାନରେ ରଖି, ଏହି କ୍ୟାମେରାଗୁଡ଼ିକ ଅପରାଧିକତତ୍ତ୍ୱମାନଙ୍କୁ ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରିବ। ଭାରତୀୟ ରେଳବାଇର ଆଧୁନିକୀକରଣ ପ୍ରୟାସ ଏକ ନିରାପଦ, ସୁରକ୍ଷିତ ଏବଂ ଯାତ୍ରୀ-ଅନୁକୂଳ ଯାତ୍ରା ଅଭିଜ୍ଞତା ପ୍ରତି ଏହାର ପ୍ରତିବଦ୍ଧତାକୁ ନିରନ୍ତରଭାବେବ୍ୟକ୍ତକରିଆସୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ