ନୂଆଦିଲ୍ଲୀ, ୧୩ ଜୁଲାଇ (ହି.ସ.)- ବୈଦେଶିକ ମନ୍ତ୍ରୀ ଡା. ଏସ ଜୟଶଙ୍କର ଆଜିଠାରୁ ତିନି
ଦିନିଆ ଗସ୍ତରେ ସିଙ୍ଗାପୁର ଏବଂ ଚୀନ ଯିବେ। ଡା. ଜୟଶଙ୍କର ୨୦୨୦ ମସିହାରେ ପୂର୍ବ ଲଦାଖରେ
ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଉଭୟ ଦେଶ ମଧ୍ୟରେ ସାମରିକ ଗତିରୋଧ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ଚୀନ ଗସ୍ତ କରୁଛନ୍ତି।ଡା. ଏସ ଜୟଶଙ୍କର
ଆଜିଠାରୁ ସିଙ୍ଗାପୁରରେ ଏବଂ ଚୀନ ଗସ୍ତରେ ଯାଉଛନ୍ତି। ଜୟଶଙ୍କର ସିଙ୍ଗାପୁରରେ ରବିବାର ତାଙ୍କ ସମକକ୍ଷଙ୍କ
ସହ ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ
ଆଲୋଚନା କରିବେ। ସେ ଚୀନରେ ୧୫ ଜୁଲାଇରୁ ସଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଅଂଶଗ୍ରହଣ କରିବେ। ବୈଠକରେ
ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ପ୍ରମୁଖ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା