କୋଟା,୧୩ ଜୁଲାଇ (ହି.ସ.)- ରାଜସ୍ଥାନର କୋଟା (ଗ୍ରାମୀଣ) ଜିଲ୍ଲାର
ଦିଗୋଦ ଉପଖଣ୍ଡ ଅଞ୍ଚଳରେ ରବିବାର ସକାଳେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି।
ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଅଛି।
ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର
ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କୋଟା ଗ୍ରାମୀଣ ପୋଲିସ ଅଧିକ୍ଷକ ସୁଜିତ ଶଙ୍କର
କହିଛନ୍ତି ଯେ କରୌଲି ଜିଲ୍ଲାର ସୀତାବାଡ଼ି ବାସିନ୍ଦା ଏକ ଜ୍ୱେଲର ପରିବାର ଶନିବାର ଇନ୍ଦୋର
(ମଧ୍ୟପ୍ରଦେଶ) ଯାଇଥିଲେ, ଯେଉଁଠାରେ ପରିବାରର
ଇଞ୍ଜିନିୟର ପୁଅ ରାନୁଙ୍କ ନିର୍ବନ୍ଧ ଏବଂ ଘରୋଇ ଫଙ୍କସନ୍ ଥିଲା। ଉତ୍ସବ ପରେ, ଶନିବାର ରାତି
ପ୍ରାୟ ୯ଟାରେ ପରିବାରର ୧୪ ଜଣ ସଦସ୍ୟ ମିନି ବସ୍ (ଟ୍ରେୱଲର) ଯୋଗେ କରୌଲି ଫେରୁଥିଲେ। ରବିବାର
ସକାଳ ପ୍ରାୟ ୫ଟା ସମୟରେ, ଦିଲ୍ଲୀ-ମୁମ୍ବାଇ
ଏକ୍ସପ୍ରେସୱେର ଚମ୍ବଲ ବ୍ରିଜ୍ ନିକଟ ବୁଢାଦିତ ଗ୍ରାମ ନିକଟରେ ସେମାନଙ୍କ ବସ୍ ଆଗରେ ଯାଉଥିବା
ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା।ଦୁର୍ଘଟଣାରେ ଅନିଲ ସୋନି (୪୮), ବ୍ରଜେଶ ସୋନି (୪୫), ସୁରେଶ ସୋନି (୪୫)
ଏବଂ ଗୀତା ସୋନି (୬୩)ଙ୍କର ମୃତ୍ୟୁ ଘଟିଛି। ଅନିଲ ଏବଂ ବ୍ରଜେଶ ପ୍ରକୃତ ଭାଇ ଥିବାବେଳେଗୀତା ସେମାନଙ୍କ
ମାଆ ଥିଲେ। ସୁରେଶ ଗୀତାଙ୍କ ଜ୍ୱାଇଁ ଏବଂ ବୃତ୍ତିରେ ଜଣେ ସରକାରୀ ଶିକ୍ଷକ ଥିଲେ, ଭରତପୁରରେ ନିଯୁକ୍ତ
ଥିଲେ। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଜଣେ କୋଟାର ଏମବିଏସହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା