ଭୋପାଲ, 13 ଜୁଲାଇ (ହି.ସ.)-ମଧ୍ୟପ୍ରଦେଶରେ
ବିଦେଶୀ ନିବେଶକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଆଜି (ରବିବାର)
ଠାରୁ ଦୁବାଇ ଏବଂ ସ୍ପେନକୁ ୭ ଦିନିଆ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀଙ୍କ ଦୁବାଇ ଗସ୍ତ୧୬ ଜୁଲାଇ
ପର୍ଯ୍ୟନ୍ତ ହେବା ସହ, ସ୍ପେନରେ ୧୬ ଠାରୁ
୧୯ ଜୁଲାଇ ପର୍ଯ୍ୟନ୍ତ ନିବେଶ ସଂପର୍କିତ ଇଣ୍ଡିଆନ୍ ବିଜନେସ୍ ଏବଂ ପ୍ରଫେସନାଲ୍ କାଉନ୍ସିଲ୍ର
ପ୍ରତିନିଧିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ସମ୍ଭାବନା ଅଛି। ଯେଉଁଠାରେ ମଧ୍ୟପ୍ରଦେଶର
ଉଦ୍ୟୋଗିକ ପ୍ରସ୍ତୁତି ଓ ନିବେଶ ନୀତି ସମ୍ପର୍କରେ ପ୍ରସ୍ତୁତି ଦିଆଯିବ।
ଜନସମ୍ପର୍କ ଅଧିକାରୀ ବବିତା
ମିଶ୍ର ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ରବିବାର ଦୁବାଇ ଯାତ୍ରାର ପ୍ରଥମ ଦିନ ମଧ୍ୟପ୍ରଦେଶର
ଆର୍ଥିକ, ସାଂସ୍କୃତିକ ଏବଂ ବିଶ୍ୱ ମଞ୍ଚରେ ପରିଚୟକୁ ସୁଦୃଢ଼ କରୁଥିବା ବହୁତ କାର୍ଯ୍ୟକ୍ରମରେ ଅଂଶ
ନେବେ। ପ୍ରବାସୀ ଭାରତୀୟ, ଉଦ୍ୟୋଗପତି ଓ 'ଫ୍ରେଣ୍ଡ୍ସ ଅଫ୍ ଏମପି’ସହିତ ଆଲୋଚନାର ଏକ ଶୃଙ୍ଖଳା ଆରମ୍ଭ ହେବ, ଯେଉଁଥିରେ
ମୁଖ୍ୟମନ୍ତ୍ରୀ ରାଜ୍ୟର ଉଦ୍ଭାବନ, ନିବେଶ ଓ ସଂସ୍କୃତି ସହିତ ସଂପୃକ୍ତ ବିଭିନ୍ନ ପଦକ୍ଷେପ ଉପସ୍ଥାପନ
କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା