ନୂଆଦିଲ୍ଲୀ, 13 ଜୁଲାଇ (ହି.ସ.)- ଜାତୀୟ ମହିଳା
ଆୟୋଗ (ଏନସିଡବ୍ଲୁ) ବାଲେଶ୍ୱର ଜିଲ୍ଲାର ଏକ ସରକାରୀ କଲେଜରେ ପଢ଼ୁଥିବା ୨୦ ବର୍ଷୀୟ ଛାତ୍ରୀ ଆତ୍ମଦାହ କରି
ଗୁରୁତର ଓ ଦୁଃଖଦ ଘଟଣାରେ ହସ୍ତକ୍ଷେପ କରିଛନ୍ତି । ପୀଡିତା କଲେଜର ଶିକ୍ଷା ବିଭାଗ ମୁଖ୍ୟଙ୍କ
ଦ୍ୱାରା ଯୌନ ଉତ୍ପୀଡନ ଏବଂ ଡିଗ୍ରୀ ହାସଲରେ ଅକୃତକାର୍ଯ୍ୟ ଧମକ ପାଇବା ପରେ ପୀଡିତ ହୋଇ ସେ ନିଜ
ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ
ବିଜୟା ରାହତକର ଏହି ଘଟଣାକୁ ଗୁରୁତର ଭାବେ ନେଇ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ
ଦେଇଛନ୍ତି ଯେ, ଏହି
ଘଟଣାର ଏକ ନ୍ୟାୟସଙ୍ଗତ, ପାରଦର୍ଶୀ ଏବଂ ସମୟବଦ୍ଧ ତଦନ୍ତ ନିଶ୍ଚିତ କରାଯାଉ। ଆୟୋଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି
ଯେ ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉ।
ଏହାସହିତ ଆୟୋଗ ପୀଡିତାଙ୍କୁ
ଯଥାସମ୍ଭବ ନିଶୁଳ୍କ ଚିକିତ୍ସା ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତା ଉପଲବ୍ଧ କରାଯାଉ ସୁନିଶ୍ଚିତ
କରିବାକୁ କହିଛନ୍ତି । ଆୟୋଗ ତିନି ଦିନର ମଧ୍ୟରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ
ବିସ୍ତୃତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା