ଭୁବନେଶ୍ୱର, 14 ଜୁଲାଇ (ହି.ସ.)
- ବାଲେଶ୍ୱର
ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା
ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଲେଖିକି ଦେଇଛୁ, ଆଶା କରୁଛୁ ଆମକୁ ସମୟ ଦେବେ । ରାଷ୍ଟ୍ରପତି ହସ୍ତକ୍ଷେପ କରିବେ ବୋଲି ଆଶା କରୁଛୁ ।
ପ୍ରମିଳା ମଲ୍ଲିକ
କହିଛନ୍ତି ଯେ, ଇଂରେଜଠୁ ଅଧିକ କଠୋର ବିଜେପି ସରକାର । ଲୋକ ବିଜେପି ଠାରୁ ଯେଉଁ ଭରଷା କରିଥିଲେ
ତାକୁ ଛିନଭିନ କରିଦେଲେଣି । ମହିଳା କି ଚାଷୀ କାହାକୁ ସୁରକ୍ଷା ଦେଇ ପାରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ
କଥା ରାଜ୍ୟରେ କେହି ଶୁଣୁ ନାହାନ୍ତି । ଶାସନ କେମିତି ଚାଳିବ । 5 ଦିନ ତଳୁ ଏସପି ଜାଣିଛନ୍ତି, ଜିଲ୍ଲାପାଳ ଜାଣିଛନ୍ତି, ପ୍ରିନ୍ସପାଲ ଜାଣିଛନ୍ତି ହେଲେ
ସୁରକ୍ଷା ଦେଇ ପାରିଲେ ନାହିଁ । ଦିନକୁ 15 ଟି ଧର୍ଷଣ ହେଉଛି । ବାଲେଶ୍ୱର ଝିଅ ଟ୍ୱିଟ କଲା ପରେ ଵି କେମିତି ଜାଣି ପାରିଲେନି
ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରମିଳା ମଲ୍ଲିକ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା